ଜମ୍ମୁ କଶ୍ମୀର: ଅନୁପ୍ରବେଶ ବିଫଳ, ୪ ଆତଙ୍କବାଦୀ ନିହତ

0
398
army killed 4 terrorists
army killed 4 terrorists

ଶ୍ରୀନଗର :  ଅନୁପ୍ରବେଶ ବେଳେ ସୁରକ୍ଷାବାହିନୀମାନେ ୪ଜଣ ଆତଙ୍କବାଦୀଙ୍କୁ ଶନିବାର ନିହତ କରିଥିବା ସୂଚନା ମିଳିଛି । ଜମ୍ମୁ କଶ୍ମୀରର ତଙ୍ଗଧାର ସେକ୍ଟରରେ ଏହି ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରୁଥିବା ବେଳେ ଭାରତୀୟ ସେନାର ନଜରରେ ଆସିଥିଲେ । 

ସୁରକ୍ଷାବାହିନୀଙ୍କ ଅପରେସନ ଜାରି ରହିଛି । ଆଜି ଭୋର ସକାଳୁ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ପ୍ରବେଶ କରୁଥିଲେ । ବିଶେଷ ସୂତ୍ରରୁ ସୂଚନା ପାଇଁ ସେନାର ସୁରକ୍ଷାବାହିନୀମାନେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ଉପରକୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୪ଜଣ ଆତଙ୍କବାଦୀ ଟଳି ପଡ଼ିଥିଲେ ।