ଜୀବନ ନେଲା ଇଞ୍ଜେକ୍‌ସନ୍

0
468
injection took life
injection took life

ପଟ୍ଟାମୁଣ୍ଡାଇ  : କେନ୍ଦ୍ରାପଡ଼ା ଜିଲ୍ଲାରେ ଇଞ୍ଜେକ୍‌ସନ୍‌ରେ ୧୪ ବର୍ଷ ବାଳକର ମୃତ୍ୟୁ ଘଟିଛି। ବାଳକର ନାଁ ସୁବ୍ରତ ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ବାଲିକଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କ୍ୱାକ୍‌ର ଇଞ୍ଜେକ୍‌ସନ୍‌ରେ ୧୪ ବର୍ଷ ବାଳକ ସୁବ୍ରତର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ସୁବ୍ରତଙ୍କୁ ଜ୍ୱର ହେବାରୁ ଆଜି ସକାଳେ ତାଙ୍କ ବାପା ମେଘନାନ୍ଦ ଗାଁରେ ମେଡିସିନ୍ ଷ୍ଟୋର କରିଥିବା କୋଲକତାର ଇନ୍ଦ୍ରଜିତ୍‌ ବିଶ୍ୱାସଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ।

ସେଠାରେ ସୁବତ୍ରଙ୍କୁ କ୍ୱାକ୍‌ ଇଞ୍ଜେକ୍‌ସନ୍‌ ଦେଇଥିଲେ। ହେଲେ ଇଞ୍ଜେକ୍‌ସନ୍‌ ନେବାର ଦଶରୁ ପନ୍ଦର ମିନିଟ୍ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।  ସୁବତ୍ରଙ୍କ ପାଟିରୁ ଫେଣ ବାହାରିବାରୁ ତାଙ୍କୁ ସଙ୍ଗେସଙ୍ଗେ ରାଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।