ଜୁନ୍ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଜୟପୁର ବିମାନଘାଟି

0
360
usha padhi at jaipur airstrip
usha padhi at jaipur airstrip
ଜୟପୁର :   ଆସନ୍ତା ଜୁନ୍ ୧୫ ତାରିଖ ସୁଦ୍ଧା ଜୟପୁର ବିମାନ ଘାଟି କାର୍ଯ୍ୟକ୍ଷମ ହେବ। ଏହାର ୨ ମାସ ମଧ୍ୟରେ ସମସ୍ତ ଆନୁସାଙ୍ଗିକ ପରୀକ୍ଷା ନିରୀକ୍ଷା ସରିବା କ୍ଷଣି ଏଠାରୁ ଉଡାଣ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରିବ ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଉଷା ପାଢୀ  ଜୟପୁର ବିମାନ ବନ୍ଦର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି । ତାଙ୍କ ସହ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ଅଧିନସ୍ଥ ଡିଜିସିଏ ଡେପୁଟି ଡାଇରେକ୍ଟର ମନୋଜ ଗର୍ଗ, ଏୟାରପୋର୍ଟ ଅଥୋରୋଟି ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ଭି.କେ ଗୁଲାଟି, ବିସିଏସିର ଅତିରିକ୍ତ ନିର୍ଦ୍ଦେଶକ ୟୁ.କେ. ବନ୍ଦୋପାଧ୍ୟାୟ ପ୍ରମୁଖ ବିମାନ ଘାଟିରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଥିଲେ । ଆସନ୍ତା ଜୁନ୍ ୧୫ ତାରିଖ ସୁଦ୍ଧା ଜୟପୁର ବିମାନ ଘାଟି କାର୍ଯ୍ୟକ୍ଷମ ହେବ।  ବିଶେଷ କରି କିଭଳି ଜୟପୁର ବିମାନ ଘାଟି ବିମାନ ଚଳାଚଳ ନେଇ ଡିଜିସିଏ ଠାରୁ ଅନୁମତି ପାଇବ ସେ ଉପରେ ଅଧିକାରି ମାନେ ଆଲୋଚନା କରିଥିଲେ । ଉକ୍ତ ବିମାନ ଘାଟି ନିର୍ମାଣ ଦାୟିତ୍ୱରେ ରହିଥିବା ରାସ୍ତା ଓ ଗୃହ ବିଭାଗର ଯନ୍ତ୍ରୀ ମାନଙ୍କୁ ଡିଜିସିଏର ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିବାକୁ ଡଃ ପାଢୀ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ସରକାର ଉଡାଣ ଯୋଜନାର ଘୋଷଣା କରିବା ପରେ ପ୍ରଥମ ପର୍ଯ୍ୟାୟରେ ଏଥିରେ ଓଡିଶାର ଭୁବନେଶ୍ୱର, ଝାରସୁଗୁଡା, ଜୟପୁର ବିମାନଘାଟି ସାମିଲ୍ ହୋଇଥିଲା । ଏହି ବିମାନ ଘାଟି ଗୁଡିକରୁ ଉଡାଣ ଯୋଜନା ରୁଟରେ ବିମାନ ଚଳାଚଳ ନେଇ ୨୦୧୭ ସେପ୍ଟେମ୍ବର ମାସକୁ ଲକ୍ଷ୍ୟ ଧାର୍ଯ୍ୟ ଥିଲା । କିନ୍ତୁ ଜୟପୁର, ଉତକେଲା ବିମାନ ଘାଟିର ଭିତିଭୂମି ଠିକ ନଥିବାରୁ ବିଳମ୍ବ ହୋଇଛି । ପ୍ରଥମେ ରାଜ୍ୟ ସରକାର ସେପ୍ଟମ୍ବର ପରିବର୍ତେ ଡିସେମ୍ବର ୨୦୧୭ ଏବଂ ପରେ ମାର୍ଚ୍ଚ ୨୦୧୮ କୁ ସମୟ ଧାର୍ଯ୍ୟ କରିଥିଲେ ସୁଦ୍ଧା ଉଭୟ ବିମାନଘାଟିର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଇତି ମଧ୍ୟରେ ଝାରସୁଗୁଡା ବିମାନଘାଟିର କାର୍ଯ୍ୟ ସମାପ୍ତ ସହ ସେଠାରୁ ବିମାନ ଉଡ଼ାଇବାକୁ ଡିଜିସିଏ ମଧ୍ୟ ଚଳିତ ମାସରେ ଅନୁମତି ପତ୍ର ଦେଇ ସାରିଛି । ଏପରି କ୍ଷେତ୍ରରେ ଜୟପୁର ଉତକେଲା ପଛରେ ପଡିରହିଛି । ଏହି ଦୁଇ ବିମାନଘାଟିର କାର୍ଯ୍ୟ କିଭଳି ତ୍ୱାରାନ୍ୱିତ ହେବ ସେହି ଲକ୍ଷ୍ୟ ନେଇ ଆଜି ବିଭାଗୀୟ ଅଧିକାରିଙ୍କୁ ନେଇ ଡଃ ପାଢୀ ଆସିଥିଲେ । ଏହି ପରିପ୍ରେକ୍ଷୀରେ ଜୟପୁର ବିମାନ ଘାଟି ଠାରେ କୋରାପୁଟ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତି, ଏସପି କନୱର ବିଶାଳ ସିଂ, ଉପଜିଲାପାଳ ଲୋକ ନାଥ ଦଳ ବେହେରା, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀ ଉପସ୍ଥିତ ରହି ଏହି ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିଥିଲେ । ଆଲୋଚନା କାଳରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ସହ ପିଏ ଆଇଟିଡିଏ ତଥା ପୌରନିର୍ବାହି ଅଧିକାରି ବିକାଶ ବାଇନ, ତହସିଲଦାର ରଞ୍ଜିତା ମଲ୍ଲିକ, ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଜୟପୁରରେ କାର୍ଯ୍ୟର ସମିକ୍ଷା ପରେ ଏହି ଦଳ ଉକ୍ରଳା ଅଭିମୁଖେ ଯାତ୍ରା କରିଥିଲେ ।