ଭୁବନେଶ୍ବର : ଜାତୀୟ ସିନିୟର ଆଥଲେଟିକ୍ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ଆଣିଲେ ଜଉନା । ଗୌହାଟିରେ ଆୟୋଜିତ ୫୮ତମ ଜାତୀୟ ସିନିୟର ଆଥଲେଟିକ୍ ଚାମ୍ପିୟନସିପ ଫାଇନାଲକୁ ଓଡିଶାର ଆଥଲେଟ୍ ଦୁତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ଜଉନା ମୁର୍ମୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ନିଜ ବର୍ଗରେ ସ୍ୱର୍ଣ୍ଣ ହାସଲ କରିଛନ୍ତି ଜଉନା ।
୪୦୦ ମିଟର ଦୌଡ ମହିଳା ହର୍ଡଲ୍ସ ପ୍ରତିଯୋଗୀତାରେ ମିଟ୍ ରେକର୍ଡ କରିବା ସହ ଏହି ପଦକ ହାତେଇବାରେ ସଫଳ ହୋଇଛନ୍ତି ଏହି ଓଡ଼ିଆ ଝିଅ। କେବଳ ଯେ ସ୍ୱର୍ଣ୍ଣ ପଦକ ନୁହଁ, ଆସନ୍ତା ଏସିଆନ ଗେମ୍ସ ପାଇଁ ମଧ୍ୟ ଜଉନା ଯୋଗ୍ୟତା ହାସଲ କରିଛନ୍ତି ।