ମେଜର ଗୋଗୋଇଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ଆଦେଶ

0
332
major gogoi
major gogoi

ଶ୍ରୀନଗର : ସେନା ମେଜର ଗୋଗୋଇଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତର ଆଦେଶ ଦେଇଛନ୍ତି ଏବଂ ତଦନ୍ତର ପରିଣାମ ଆଧାରରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ।  ଜଣେ ମହିଳାଙ୍କ ସହ ତାଙ୍କୁ ପ୍ରବେଶ  କରିବାକୁ ଅନୁମତି ନଦେବାରୁ ହୋଟେଲ କର୍ମୀଙ୍କ ସହ ଝଗଡ଼ା କରିବା ନେଇ ମେଜର ଲିତୁଲ ଗୋଗୋଇଙ୍କ ଉପରେ ସେନା କଡ଼ା ଆଭିମୁଖ୍ୟ ଆପଣେଇଛି।

ପ୍ରଥମେ ସେନା ପ୍ରମୁଖ ବିପିନ ରାଓ୍ଵତ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ ଯଦି ମେଜର ଲିତୁଲ ଗୋଗୋଇ କିଛି ଭୁଲ କରିଛନ୍ତି ତେବେ ତାଙ୍କ ବିରୋଧରେ ଉଚିତ୍ କାର୍ୟ୍ୟାନୁଷ୍ଠାନ ନିଆଯିବ। ସେନା ପ୍ରମୁଖଙ୍କ ବୟାନର କିଛି ସମୟ ପରେ ସେନା ମେଜର ଗୋଗୋଇଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତର ଆଦେଶ ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଭାରତୀୟ ସେନାର ସୂତ୍ରରୁ କହିଛି ଯେ ସେନା ମେଜର ଗୋଗୋଇଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତର ଆଦେଶ ଦେଇଛନ୍ତି ଏବଂ ତଦନ୍ତର ପରିଣାମ ଆଧାରରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ।

ଉଲ୍ଲେଖଯୋଗ୍ୟ ପଥର ଫିଙ୍ଗାଳିକୁ ଜିପର ବନେଟରେ ବାନ୍ଧି ବୁଲାଇବା ପରେ ଚର୍ଚ୍ଚାକୁ ଆସିଥିବା  ମେଜର ଗୋଗୋଇ ଏବେ ଏହି ନୂତନ ବିବାଦରେ ଫସି ଯାଇଛନ୍ତି। ତାଙ୍କ ଉପରେ ଅଭିଯୋଗ ହୋଇଛି ଯେ ସେ ଶ୍ରୀନଗରରେ ଏକ ହୋଟେଲରେ ଜଣେ ମହିଳାଙ୍କ ସହିତ ପଶିଥିଲେ।  ଯାହାକୁ ନେଇ ବିବାଦ ହୋଇଥିଲା। ପୋଲିସ ତାଙ୍କୁ ଅଟକ ରଖି ପରେ ଛାଡି ଦେଇଥିଲା।  ଏହା ଉପରେ ଆର୍ମି ମୁଖ୍ୟ ବିପିନ ରାଓ୍ଵତ କହିଛନ୍ତି ଯେ ଭାରତୀୟ ସେନାରେ ଯିଏ ବି କିଛି ଭୁଲ କରିବେ  ଏବଂ ଏହା ମୋ ନଜରକୁ ଆସିବ ତେବେ ତାଙ୍କ ବିରୋଧରେ କୋଠର କାର୍ୟ୍ୟାନୁଷ୍ଠାନ ନିଆଯିବ। ଯଦି ମେଜର ଗୋଗୋଇ କିଛି ଭୁଲ କରିଛନ୍ତି ତେବେ ତାଙ୍କୁ ଉଚିତ୍ ଦଣ୍ଡ ଦିଆଯିବ ଏବଂ ଦଣ୍ଡ ଏମିତି ଦିଆଯିବ ଯାହା ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିଯିବ।