ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ

0
373
kalpesh javeri became chief justice of odisha hc
kalpesh javeri became chief justice of odisha hc
କଟକ :  ଜଷ୍ଟିସ କଳ୍ପେଶ  ସତ୍ୟେନ୍ଦ୍ର ଜାଭେରୀଙ୍କୁ  ଓଡିଶା ହାଇକୋର୍ଟର  ମୁଖ୍ୟ ବିଚାରପତି ଭାବ ନିଯୁକ୍ତି ଦିଆଯାଇଛି । ଜଷ୍ଟିସ ବିନୀତ ଶରଣଙ୍କ ସ୍ଥାନରେ ଜାଭେରୀ ନିଯୁକ୍ତ ହୋଇଥିବାବେଳେ ଶରଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ଦିଆଯାଇଛି ।

 ଓଡିଶା ହାଇକୋର୍ଟର  ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ କଳ୍ପେଶ  ସତ୍ୟେନ୍ଦ୍ର ଜାଭେରୀଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଭେରୀ ବର୍ତମାନ ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବରେ କାର୍ଯ୍ୟ କରୁଛନ୍ତି ।

ଜଷ୍ଟିସ ବିନୀତ ଶରଣଙ୍କ ସ୍ଥାନରେ ଜାଭେରୀ ନିଯୁକ୍ତ ହୋଇଥିବାବେଳେ ଶରଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ଦିଆଯାଇଛି । ଜଷ୍ଟିସ ଶରଣ ୭ ତାରିଖରେ ସୁପ୍ରିମକୋର୍ଟରେ ଶପଥ ଗ୍ରହଣ କରିବା ନେଇ ସ୍ଥିର ହୋଇ ଥିବାବେଳେ ଜଷ୍ଟିସ ଜାଭେରୀ କେବେ ଶପଥ ଗ୍ରହଣ କରିବେ ତାହା ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି ।