ଶପଥ ଗ୍ରହଣ କଲେ ଜଷ୍ଟିସ୍‌ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ

0
369
oath taking of cj of odisha
oath taking of cj of odisha
କଟକ : ଜଷ୍ଟିସ୍‌ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଆଜି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି  । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

 ଆଜି ଅପରାହ୍ନ ୪ଟାରେ ହାଇକୋର୍ଟ ଓଲଡ୍ ବିଲଡିଂର ଦି ଇଷ୍ଟର୍ଣ୍ଣ ସାଇଡ୍ ଲନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌  ଜାଭେରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ।

ଜଷ୍ଟିସ ଜାଭେରୀ ଆଜି ଏହି ନୂଆ ଦାୟିତ୍ୱ ନେବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ସୂଚନାଯୋଗ୍ୟ, ଜଷ୍ଟିସ ଜାଭେରୀ ୨୦୦୫ରେ ଗୁଜୁରାଟ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିବାବେଳେ ୨୦୧୬ରେ ରାଜସ୍ଥାନ ହାଇକୋର୍ଟକୁ ତାଙ୍କୁ ବଦଳି କରାଯାଇଥିଲା । ମୁଖ୍ୟ ବିଚାରପତି ବିନିତ ଶରଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ମିଳିବା ସହ ତାଙ୍କ ସ୍ଥାନରେ ଜଷ୍ଟିସ ଜାଭେରୀଙ୍କୁ ନିଯୁକ୍ତି ଦିଆଯାଇଛି।