ମୋଦିଙ୍କୁ କଟାକ୍ଷ କଲେ ସିବ୍ବଲ

0
456
kapil sibal
kapil sibal

ଭୁବନେଶ୍ୱର : ମୋଦିଙ୍କ ଉପରେ ବର୍ଷିଛନ୍ତି  କଂଗ୍ରେସ ନେତା କପିଲ ସିବ୍ବଲ। କବିତା ଗାଇ ମୋଦିଙ୍କୁ ତାଚ୍ଛଲ୍ୟ କରି ସେ କହିଛନ୍ତି- ‘ଅଚ୍ଛେ ଦିନ ନା ସଚ୍ଚେ ଦିନ, ହମ୍ ଆଗେ ବଢ଼େଙ୍ଗେ ମୋଦି ତେରେବିନ୍’।

୪ ବର୍ଷ ସଫଳତା ବଖାଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ପହଞ୍ଚୁଛନ୍ତି। ସେ କଟକର ଐତିହାସିକ ବାଲିଯାତ୍ରା ପଡିଆରେ ଉଦ୍‌ବୋଧନ ଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଭୁବନେଶ୍ୱରରେ ସିବ୍ବଲ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ଆଉ ବର୍ଷିଛନ୍ତି ମୋଦିଙ୍କ ଉପରେ। ନିଆରା ଢଙ୍ଗରେ କଟାକ୍ଷ କରିଛନ୍ତି ସିବ୍ବଲ। ଏଭଳି କଟାକ୍ଷ କରିବା ପରେ ସେ ମହାନଦୀ କଥା ଉଠାଇଥିଲେ। ଓଡିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମହାନଦୀରେ ଛତିଶଗଡ ନିର୍ମାଣ କରୁଥିବା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାଇ ପାରିବେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଦୀର୍ଘଦିନ ଧରି ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଉଥିବା ପ୍ରଧାନମନ୍ତ୍ରୀ ଓଡିଶା ବିକାଶ ଲାଗି କିଛି କରି ନାହାନ୍ତି ବୋଲି ଖୋଲାଖୋଲି କହିଛନ୍ତି ସିବ୍ବଲ।

ଖାଲି ମୋଦିଙ୍କୁ ନୁହେଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି।  ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ କେତେ ରାଗ ସେ କଥା ମୋଦି ଜାଣିଛନ୍ତି। ସେଥିପାଇଁ ସେ ସଡ଼କରେ ନ ଯାଇ ହେଲିକପ୍ଟରରେ କଟକ ଯିବେ।’