ଆୟକର ଫାଇଲ ପାଇଁ ଆଧାରର ରହୁ ବିକଳ୍ପ ବ୍ୟବସ୍ଥା : ଦିଲ୍ଲୀ ହାଇକୋର୍ଟ୍

0
471
delhi high court
delhi high court
ନୂଆଦିଲ୍ଲୀ  : ଯଦି କେଉଁ ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ୍ ନାହିଁ ସେମାନେ ବିନା ଆଧାର କାର୍ଡରେ ଆୟକର ଫାଇଲ କରି ପାରିବେ । ଏହା ସହ କୋର୍ଟ୍ ଆୟକର ବିଭାଗକୁ ଆଧାର କାର୍ଡ୍ ନଥିବା ବ୍ୟକ୍ତିଙ୍କ ପାଇଁ ଇ-ଫାଇଲିଂ ସାଇଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆୟକର ରିଟର୍ଣ୍ଣ ଫାଇଲ କରିବା ପାଇଁ ବର୍ତମାନ ୭ଦିନରୁ କମ୍ ସମୟ ବାକି ରହିଛି । ଏହା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ୍ ଏକ ବଡ ନିଷ୍ପତି ଶୁଣାଇଛନ୍ତି । ହାଇକୋର୍ଟ୍ କହିଛନ୍ତି କି, ଯଦି କେଉଁ ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ୍ ନାହିଁ ସେହି ବ୍ୟକ୍ତିମାନେ ବିନା ଆଧାର କାର୍ଡରେ ଆୟକର ଫାଇଲ କରି ପାରିବେ । ଏହା ସହ କୋର୍ଟ୍ ଆୟକର ବିଭାଗକୁ ଆଧାର କାର୍ଡ୍ ନଥିବା ବ୍ୟକ୍ତିଙ୍କ ପାଇଁ ଇ-ଫାଇଲିଂ ସାଇଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ହାଇକୋର୍ଟ୍ ଏହି ନିଷ୍ପତି ଶ୍ରେୟ ସେନ ଏବଂ ଜୟଶ୍ରୀ ସତପୁତେଙ୍କ ଦ୍ୱାରା ଆଗତ ମାମଲା ଆଧାରରେ ଶୁଣାଇଛନ୍ତି । କୋର୍ଟ୍ ଆୟକର ବିଭାଗକୁ ନିଜ ପୋର୍ଟାଲରେ ଆଧାର ବିନା ଫାଇଲିଂ କରିବା ପାଇଁ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥାନେଇ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲା ଦାଖଲ କରିଥିବା ଜୟଶ୍ରୀ ସତପୁତେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି କି ତାଙ୍କ ପାଖରେ ଆଧାର ନମ୍ବର ନାହିଁ  । ଯେତେବେଳେ ସେ ଆୟକର ବିଭାଗକୁ ଏନେଇ ପଚାରିଥିଲେ ବିଭାଗ ତରଫରୁ କିଛି କରାଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା । ଆପଣ କେସ କରି ପାରନ୍ତି ବୋଲି ବିଭାଗ ତରଫରୁ ଜୟଶ୍ରୀଙ୍କୁ କୁହାଯାଇଥିଲା । ପରେ ସେ ଏହି ପ୍ରସଙ୍ଗକୁ ନେଇ କୋର୍ଟ୍ ଯାଇଥିଲେ ।

ଏହି ମାମଲାରେ ଆୟକର ବିଭାବ ପକ୍ଷରୁ ଓକିଲ କହିଛନ୍ତ ଯେ ଆୟକର ଦାଖଲ କରିବା ପାଇଁ ବର୍ତମାନ ଆଧାର ନମ୍ବର ଦରକାର ନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଭାଗର ପୋର୍ଟାଲରେ କେବେ ବିନା ଆଧାର କାର୍ଡର୍ଧାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ସେ ନେଇ ଓକିଲ କିଛି କହି ନଥିଲେ ।

ବର୍ତମାନ ସମୟରେ ଯଦି ଆପଣ ଅନଲାଇନରେ ଇନକମ୍ ଟାକ୍ସ୍ ରିଟର୍ଣ୍ଣ କରୁଛନ୍ତି ତେବେ ଫର୍ମ ୧ରେ ଆପଣଙ୍କୁ ଆଧାର ନମ୍ବର କିମ୍ବା ଏନରୋଲମେଂଟ ନମ୍ବର ଦେବାକୁ ପଡିବ ।