ପୁଣି ଥରେ କୋହଲି ଦେଶର ସର୍ବଶ୍ରେଷ୍ଠ କ୍ରିକେଟର

0
448
virat no-1
virat no-1

ନୂଆଦିଲ୍ଲୀ :  ପୁଣି ଥରେ କୋହଲି ଦେଶର ସର୍ବଶ୍ରେଷ୍ଠ କ୍ରିକେଟର ।  ବେଙ୍ଗାଲୁରୁରେ ମେ ୧୨ରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଅଧିନାୟକ କୋହଲିଙ୍କୁ ପ୍ରତିଷ୍ଠିତ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯିବ।

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କ୍ରମାଗତ ଦ୍ଵିତୀୟ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର ରୂପେ ଚୟନ କରାଯାଇଛି। ବେଙ୍ଗାଲୁରୁରେ ମେ ୧୨ରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଅଧିନାୟକ କୋହଲିଙ୍କୁ ପ୍ରତିଷ୍ଠିତ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯିବ। ଏହା ପୂର୍ବରୁ ୨୦୧୬-୧୭ରେ ମଧ୍ୟ କୋହଲିଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ୨୦୧୭-୧୮ ସିଜିନରେ ଦମଦାର ପ୍ରଦର୍ଶନ ଫଳସ୍ଵରୂପ ବିସିଆଇ କୋହଲିଙ୍କୁ ପୁରସ୍କୃତ କରିଛି।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଗୁରୁବାର ଏହାର ଘୋଷଣା କରିଛି।  କୋହଲିଙ୍କ ବ୍ୟତୀତ ବିସିସିଆଇ ଅନ୍ତରାଷ୍ଟ୍ରୀୟ ଓ ଘରୋଇ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରିବ। ମହିଳା ବର୍ଗରେ ହନପ୍ରୀତ କୌରଙ୍କୁ ୨୦୧୬-୧୭ ଏବଂ ସ୍ମୁତି ମନ୍ଧାନାଙ୍କୁ ୨୦୧୭-୧୮ ପାଇଁ ସମ୍ମାନିତ କରିବ।

ଏହି ପରି ୨୦୧୬-୧୭ ସିଜିନରେ ସଫଳ ଆୟୋଜନ ପାଇଁ କ୍ରିକେଟ୍ ଆସୋସିଏସନ ଅଫ ବେଙ୍ଗଲ(ସିଏବି)କୁ ବେଷ୍ଟ ଆସୋସିଏସନର ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପରି ୨୦୧୭-୧୮ ପାଇଁ ଦିଲ୍ଲୀ କ୍ରିକେଟ୍ ଆସୋସିଏସନ(ଡିଡିସିଏ)କୁ ଏହି ପୁରସ୍କାର ମିଳିବ। ବୋର୍ଡ ଏଥର ପୁରସ୍କାର ବିଜେତାଙ୍କୁ ମିଳୁଥିବା ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏବେ ୯ଟି ବର୍ଗରେ ମନୋନୀତ ବିଜେତାଙ୍କୁ ଦେଢ ଲକ୍ଷ ଟଙ୍କା ମିଳିବ।

ଉଲ୍ଲେଖଯୋଗ୍ୟ ପଲି ଉମ୍ରୀଗର ଆଓ୍ଵାର୍ଡ ଅନ୍ତରାଷ୍ଟ୍ରୀୟସ୍ତରରେ ଚତ୍ମକାର ପ୍ରଦର୍ଶନ କରୁଥିବା ଭାରତୀୟ କ୍ରିକେଟ୍ ଖେଳାଳିଙ୍କୁ ଦିଆଯାଏ। ଏଥର ବିସିସିଆଇ ନିଜର ଅଧ୍ୟକ୍ଷ ରହିଥିବା ଜଗମୋହନ ଡାଲମିୟାଙ୍କ ସ୍ମୁତିରେ ଚାରୋଟି ପୁରସ୍କାର ପ୍ରଦାନ କରିବ।