ଆସ୍ଥା ଭୋଟରେ ଜିତିଲେ କୁମାରସ୍ୱାମୀ

0
392
kumarswamy
kumarswamy

ବେଙ୍ଗାଲୁରୁ :  ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ଶୁକ୍ରବାର ବିଧାନସଭାରେ ୧୧୭ ବିଧାୟକଙ୍କ ସମର୍ଥନ ସହିତ ବହୁମତ ସାବ୍ୟସ୍ତ କରିଛନ୍ତି।  ଗୃହରେ ଆଜି ଧ୍ଵନିମତ ସହିତ ବହୁମତ ସାବ୍ୟସ୍ତ କରିଛନ୍ତି ଜେଡିଏସ-କଂଗ୍ରେସ ମେଣ୍ଟ।

ସରକାର ଗଠନ ନେଇ କର୍ଣ୍ଣାଟକରେ ଗତ ୧୦ ଦିନ  ହେବ ଜାରି ରାଜନୈତିକ ଡ୍ରାମାର ଅବସାନ ଘଟିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ଶୁକ୍ରବାର ବିଧାନସଭାରେ ୧୧୭ ବିଧାୟକଙ୍କ ସମର୍ଥନ ସହିତ ବହୁମତ ସାବ୍ୟସ୍ତ କରିଛନ୍ତି। ଏହି ପରି ବିଧାନସଭାର ଏହି ସଂଖ୍ୟା ଗଣିତରେ ପାସ କରିଛନ୍ତି କୁମାରସ୍ଵାମୀ। ଗୃହରେ ଆଜି ଧ୍ଵନିମତ ସହିତ ବହୁମତ ସାବ୍ୟସ୍ତ କରିଛନ୍ତି ଜେଡିଏସ-କଂଗ୍ରେସ ମେଣ୍ଟ। ମାତ୍ର ଆସ୍ଥା ଭୋଟ୍ ପୂର୍ବରୁ ବିଜେପି କକ୍ଷତ୍ୟାଗ କରିଛନ୍ତି।  ପାର୍ଟି ନେତା  ବିଏସ ୟେଦୁରପ୍ପା ଗୃହରେ କହିଛନ୍ତି ଯେ ଯଦି  ଏଚଡି କୁମାରସ୍ଵାମୀ କୃଷକଙ୍କ ଋଣ ଛାଡ଼ ନକରନ୍ତି ତେବେ ବିଜେପି ମେ ୨୮ରେ ପୁରା ରାଜ୍ୟରେ ବନ୍ଦ ପାଳନ କରିବ।