ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ : ସୁପ୍ରିମକୋର୍ଟ

0
417
lgbt relationship not criminal
lgbt relationship not criminal
ନୂଆଦିଲ୍ଲୀ  : ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରି ଦେଇଛନ୍ତି ସୁପ୍ରିମ କୋର୍ଟ । ପ୍ରଧାନ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହାର ଘୋଷଣା କରାଯାଇଛି ।

ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ଗ୍ରହଣ କରୁଥିବା ଆଇପିସି ଧାରା ୩୭୭ ଉପରେ ଆଜି ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ପ୍ରଧାନ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହାର ଘୋଷଣା କରାଯାଇଛି । ପ୍ରଧାନ ନ୍ୟାୟାଧୀଶ ଦୀପକ ମିଶ୍ର କହିଛନ୍ତି କି, କେହିବି ନିଜ ବ୍ୟକ୍ତିତ୍ୱଠାରୁ ବଂଚିତ ହୋଇ ପାରିବେ ନାହିଁ । ସମାଜରେ ସମସ୍ତଙ୍କୁ ବଂଚିବାର ଅଧୀକାର ରହିଛି ଏବଂ ସମାଜ ସମସ୍ତଙ୍କ ପାଇଁ ଉପଯୁକ୍ତ ।

ଏହା ପୁର୍ବରୁ ସୁପ୍ରିମ କୋର୍ଟ ସମଲିଙ୍ଗୀ ସମ୍ପର୍କକୁ କ୍ରିମିନାଲ ଆକ୍ଟ ଭାବରେ ଘୋଷଣା କରିଥିଲେ । ଫଳରେ ଶୀର୍ଷ ଅଦାଲତଙ୍କ ନିଷ୍ପତି ବିରୁଦ୍ଧରେ ବହୁ ପିଟିସନ ଦାଖଲ ହୋଇଥିଲା । ଏହାକୁ ନଜରରେ ରଖି ଆଜି ମୁଖ୍ୟ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ସମେତ ଆର ଏଫ ନରିମନ, ଏ ଏମ ଖାନବିଲକର, ଡିବାଇ ଚନ୍ଦ୍ରଚୂଡ, ଏବଂ ଇନ୍ଦୁ ମଲହୋତ୍ରାଙ୍କର ଏକ ମିଳିତ ଖଣ୍ଡପୀଠରେ ନିଷ୍ପତି ଶୁଣାଇଛନ୍ତି ।

ପୂର୍ବରୁ ଆଇପିସି ଧାରାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ଗ୍ରହଣ କରାଯାଉଥିଲା । ଧାରା ୩୭୭ ମୁତାବକ, ଯେ କେହିବି କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହ ପ୍ରକୃତି ବ୍ୟବସ୍ଥା ବିରୁଦ୍ଧରେ ଯୌନ ସମ୍ପର୍କ ରକ୍ଷା କରିବ ତେବେ ଏହି ଅପରାଧ ପାଇଁ ୧୦ବର୍ଷର ଜେଲ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ସହିତ ଜୋରିମନା ଆଦାୟ କରାଯାଉ ଥିଲା । ଏହା ସଙ୍ଗୀନ ଅପରାଧ ଶ୍ରେଣୀର ଥିଲା ।

ସୂଚନାନୁଯାୟୀ, ଏଲଜିବିଟିକ୍ୟୁ ସମୁଦାୟ ଆଧାରରେ ଲେସବିୟାନ, ବାଇସେକ୍ସୁଆଲ, ଟ୍ରାନ୍ସଜେଣ୍ଡରମାନେ ଆସନ୍ତି । ଏକ ଦାବୀରେ କୁହା ଯାଇଥିଲା ଯେ, ସେମାନଙ୍କୁ ସେମାନଙ୍କ ଅଧୀକାର ଦିଆଯାଉ ଏବଂ ୩୭୭କୁ ଅବୈଧ ଘୋଷଣା କରାଯାଉ । ନିଜତ୍ୱର ଅଧୀକାର ପରେ ସେମାନେ ସୁପ୍ରିମ କୋର୍ଟର ନଷ୍ପତିି ବିରୁଦ୍ଧରେ ପୁଣି ଥରେ ସ୍ୱର ଉତୋଳନ କରିଥିଲେ ।