୭ ଜିଲ୍ଲାକୁ ବଜ୍ରପାତ !

0
417
lightning alert
lightning alert
ଭୁବନେଶ୍ୱର : ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ ସାତୋଟି ଜିଲ୍ଲାକୁ ବଜ୍ରପାତ ନେଇ ଆଂଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ଆଜି ଅପରାହ୍ନ ୧.୧୫ ମଧ୍ୟରେ ଘଡଘଡି ଓ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି । ତେଣୁ ବରଗଡ, ମାଲକାନଗିରି, ଖୋର୍ଧା, ଗଂଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାକୁ ସତର୍କତା ସୂଚନା ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।