ଧାଡ଼ି ବ୍ୟବସ୍ଥାକୁ ନେଇ ପୁରୀ ଶ୍ରୀକ୍ଷେତ୍ର ଆଜି ରଣକ୍ଷେତ୍ର ପାଲଟିବା ପରେ ବ୍ୟବସ୍ଥାର ପୁନଃ ସମୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲପାଳ ଜ୍ୟୋତିପ୍ରକାଶ ଦାଶ। ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏହାର ପୁନଃତର୍ଜମା କରାଯିବ । ବିଶେଷତଃ ସ୍ଥାନୀୟ ଲୋକଙ୍କ ଅସୁବିଧା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହବ୍ୟତିତ ପୁରୀରେ ହିଂସାକାଣ୍ଡ ପଛରେ କିଛି ଅସମାଜିକ ଲୋକଙ୍କ ହାତ ରହିଥିବା ସେ ପ୍ରକାଶ କରିଥିବା ବେଳେ କୌଣସି ଜାଗାରେ ୧୪୪ ଧାରା ଜାରି ହୋଇନଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲପାଳ। ଅପରପକ୍ଷରେ ପୁରରେ ଦେଖାଯାଇଥିବା ହିଂସାକାଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଧାଡି ଦର୍ଶନ ଠିକ୍ ଭାବେ ବୁଝି ନପାରିବାରୁ ହିଂସାକାଣ୍ଡ ଘଟିଲା ବୋଲି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସ୍ଥାନୀୟ ଲୋକେ ଆବେଗିକ ଭାବେ ଉତ୍ତେଜିତ ହେଲେ । ସେମାନଙ୍କ ପାଇଁ ଜଗନ୍ନାଥଙ୍କ ଦ୍ୱାର ବନ୍ଦ ହେଲା ବୋଲି ହିଂସୁକ ହେଲେ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ।
ସେହିପରି ପୁରୀ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ପୋଲିସ୍ ଡିଜି ଡ.ଆର ପି ଶର୍ମା କହିଛନ୍ତି । ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ଜାରୀ ରହିଛି ବୋଲି ସେ କହିଛନ୍ତି ।