ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥା

0
412
srimandir puri
srimandir puri
ପୁରୀ  : ଏଣିକି ମନ୍ଦିରରେ ବଦଳିଛି ଧାଡି ଦର୍ଶନ ବ୍ୟବସ୍ଥା  । ଆସନ୍ତା କାଲିଠାରୁ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଆମିକସକ୍ୟୁରିଙ୍କ ଗସ୍ତ ପରେ ଠାକୁରଙ୍କ ଦର୍ଶନ ବ୍ୟବସ୍ଥାରେ ସୁଧାର ଅଣାଯାଇଛି ।

ପୁରୀ ଶ୍ରୀମନ୍ଦିରର ସଂସ୍କାର ନେଇ ସୁପ୍ରିମକୋର୍ଟ ଜାରି କରିଥିବା କିଛି ପରାମର୍ଶକୁ ଲାଗୁ କରିବା ପାଇଁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ମନ୍ଦିରରେ ବଦଳିଛି ଧାଡି ଦର୍ଶନ ବ୍ୟବସ୍ଥା  । ଏବେଠାରୁ କାର୍ତିକ ପୂର୍ଣ୍ଣିମା ଯାଏଁ ସପ୍ତାହରେ ଥରେ ଧାଡି ଦର୍ଶନ ହେବ । ଏହା ସହ ଯଦି କୌଣସୀ ଭକ୍ତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଏହି ବ୍ୟବସ୍ଥାରେ ସୁଧାର ଅଣାଯିବ ।

ତେବେ ପରୀକ୍ଷାମୂଳକ ଭାବେ ଏହାକୁ ଆସନ୍ତା କାଲିଠାରୁ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ତିନୋଟି ଦ୍ୱାରରେ ପ୍ରସ୍ଥାନ କରିବେ ବୋଲି ଜଣାପଡିଛି ।