ମହଙ୍ଗା ହେବ ଲୋନ୍

0
493
rbi-inceases repo rate
rbi-inceases repo rate
ନୂଆଦିଲ୍ଲୀ :  କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋ ରେଟରେ ୦.୨୫ ବେସିସ ପଂଏଟର ବୃଦ୍ଧି କରିଛି ।  ଫଳରେ ଗ୍ରାହକଙ୍କ ପାଇଁ ଲୋନ୍ ନେବା ମହଙ୍ଗା ହୋଇଯିବ  ।

ଭାରତୀୟ ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟରେ ମଧ୍ୟ ପରିବର୍ତନ କରିଛି  । ବର୍ତମାନ ନୂଆ ରେପୋ ରେଟ୍ ଶତକଡା ୬.୫ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୬.୨୫ ପ୍ରତିଶତ ହୋଇ ଯାଇଛି । ଫଳରେ ଗ୍ରାହକଙ୍କ ପାଇଁ ଲୋନ୍ ନେବା ମହଙ୍ଗା ହୋଇଯିବ  ।

ଗତ ଦୁଇ ମାସରେ ଦେଶର ବିଭିନ୍ନ ଉତ୍ପାଦର ଦରଦାମ ବୃଦ୍ଧି ଘଟିଛି । ପେଟ୍ରୋଲ ଏବଂ ଡିଜେଲର ଦାମରେ ଅହେତୁକ ବୃଦ୍ଧି ଘଟିଛି । ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଏହା ସହ ମୌସୁମୀ ଦୁର୍ବଳ ହେବାର ପ୍ରଭାବ ମଧ୍ୟ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡିଛି । ସାରା ଦେଶରେ ବର୍ତମାନ ସୁଧା ୬ ପ୍ରତିଶତ କମ୍ ବର୍ଷା ହୋଇଛି  । ଫଳରେ କୃଷିକାର୍ଯ୍ୟ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି ।