ଜୁଲାଇରେ ଲୋକପାଳ ନିଯୁକ୍ତି !

0
337
lokpal
lokpal

ଭୁୁବନେଶ୍ୱର :  ଆଗାମୀ ଜୁଲାଇ ୧୦ ପୂର୍ବରୁ ଲୋକପାଳ ନିଯୁକ୍ତ ହୋଇପାରନ୍ତି । ଏହାରି ଭିତରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି ।

ଦୀର୍ଘ ୫ ବର୍ଷ ନିରବ ରହିବା ପରେ ରାଜ୍ୟ ସରକାର ଲୋକପାଳ ନିଯୁକ୍ତି ପାଇଁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ପ୍ରକ୍ରିୟା ଯଦି ଠିକଠାକ ଚାଲେ, ତା’ହେଲେ ଆଗାମୀ ଜୁଲାଇ ୧୦ ପୂର୍ବରୁ ଲୋକପାଳ ନିଯୁକ୍ତି ହୋଇପାରନ୍ତି । ଏହାରି ଭିତରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଜାରି ରହିବ ।

ସୁପ୍ରିମକୋର୍ଟ ଗତ ଏପ୍ରିଲ ୧୯ରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ । ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ରାଜ୍ୟ ସରକାର ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏଥି ସହିତ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ପାଇଁ ୬ ମାସର ମହଲତକୁ ମଧ୍ୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଖାରଜ କରି ଦେଇଥିଲେ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଆର. ଭାନୁମତିଙ୍କ ଗଠିତ ଖଣ୍ଡପୀଠ ସିଧା ସଳଖ କହିଥିଲେ ଯେ, ରାଜ୍ୟ ସରକାର ଯଥାଶୀଘ୍ର ଲୋକାୟୁକ୍ତ ନିଯୁକ୍ତି କରି ଜୁଲାଇ ୧୦ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦିଅନ୍ତୁ ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରିବା ଲାଗି ସରକାରୀ ସ୍ତରରେ ତନାଘନା ଆରମ୍ଭ କରି ଦେଇଛନ୍ତି । କାରଣ ଆଗାମୀ ଜୁଲାଇ ୧୦ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ରାଜ୍ୟ ସରକାରଙ୍କୁ ଏ ଦିଗରରେ ଏକ ସତ୍ୟପାଠ ଦାଖଲ କରିବାକୁ ହେବ ।ଅନ୍ୟପକ୍ଷରେ ଖୁବ କମ ଦିନ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି କରିବା ସମ୍ଭବ ନୁହେଁ । ତଥାପି ଯାଥା ସମ୍ଭବ ରାଜ୍ୟ ସରକାର ଏହାରି ଭିତରେ କ’ଣ କରିପାରିବେ ସେ ନେଇ ତର୍ଜମା କରୁଛନ୍ତି ।