ଶତାବ୍ଦୀର ବଡ଼ ଚନ୍ଦ୍ରଗ୍ରହଣ ଆଜି

0
387
lunar eclipse
lunar eclipse

ନୂଆଦିଲ୍ଲୀ  :  ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ ଶୁକ୍ରବାର ଦେଖାଯିବ । ଏହାକୁ ନେଇ ବିଶ୍ୱର ସମସ୍ତ ଜନତା ଅପେକ୍ଷାରେ ରହିଛନ୍ତି । ଭାରତରେ ପୂର୍ଣ୍ଣଚନ୍ଦ୍ରଗ୍ରହଣ ଦେଖାଯିବ । ଦେଶବ୍ୟାପୀ ଅନେକ ଅଞ୍ଚଳରେ ପୂର୍ଣ୍ଣଚନ୍ଦ୍ରଣ ଦେଖିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ।

କୁହାଯାଉଛି ଯେ, ଚନ୍ଦ୍ରଗ୍ରହଣର ପ୍ରଭାବ ରାତି ୧୦ଟା ୫୩ ଠାରୁ ଦେଖାଯିବା ଆରମ୍ଭ ହେବ । ଭାରତରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ । ଧୀରେ ଧୀରେ ଚନ୍ଦ୍ରର ରଙ୍ଗ ଲାଲ ହେବ ଓ ଶେଷରେ ଚନ୍ଦ୍ର ଆଉ ଦେଖାଯିବ ନାହିଁ ।

ଚନ୍ଦ୍ରଗହଣ ପାଇଁ ଦେଶର ଅନେକ ବଡ଼ ବଡ଼ ମନ୍ଦିର ଅପରାହ୍ନ ପରେ ବନ୍ଦ ହୋଇଯିବ । ହରିଦ୍ୱାର, ବାରାଣସୀ ଓ ଆହ୍ଲାବାଦରେ ପ୍ରତ୍ୟହ ହେଉଥିବା ଗଙ୍ଗା ଆରତୀ ଅପରାହ୍ନରେ ଅନୁଷ୍ଠିତ ହେବ । ଚନ୍ଦ୍ରଗ୍ରହଣ ଯୋଗୁଁ ଅପରାହ୍ନ ୧ଟାରେ ଗଙ୍ଗା ଆରତୀ ପାଇଁ ସ୍ୱତନ୍ତ୍ର ନୀତି ଆୟୋଜନ ହେବ ।

ସେହିଭଳି ଦେଶର ଅନ୍ୟ ବଡ଼ ମନ୍ଦିରରେ ମଧ୍ୟ ଅପରାହ୍ନ ୨ଟାରେ ପରେ ଠାକୁରମାଦେ ଆଉ ଦର୍ଶନ ଦେବେ ନାହିଁ । ଶ୍ରୀମନ୍ଦିର ପୁରୀରେ ମଧ୍ୟ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ ।