ପୁଣି ଲଘୁଚାପ : ୨୧ ଓ ୨୨ରେ ପ୍ରବଳ ବର୍ଷିବ

0
355
rain
rain
ଭୁବନେଶ୍ୱର :  ଆସନ୍ତାକାଲି ଠାରୁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ଜୁଲାଇ ୨୧  ଏବଂ ୨୨ ତାରିଖରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚେଇ ଦିଆଯାଇଛି ।

 ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହୋଇଥିବା ଫଳରେ ରାଜ୍ୟ ସାରା ବର୍ଷା ହେବାର ସମ୍ଭାବନା ରହିଥିବା ରାଜ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି। ଜୁଲାଇ ୨୧  ଏବଂ ୨୨ ତାରିଖରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚେଇ ଦିଆଯାଇଛି । ଏହି ତିନି ଦିନ ସମୁଦ୍ରକୂଳରେ ରହୁଥିବା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ସେହପରି ଗୁରୁବାର ସମ୍ଭାବ୍ୟ ବର୍ଷା ଓ ଝଡ଼ ତୋଫାନ ନେଇ ଅପରାହ୍ନ ୫ଟା ୪୫ ଯାଏ ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ, କଟକ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ଜୋରରେ ବୋହିବା ଓ ବଜ୍ରପାତ ଆଶଙ୍କା ନେଇ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।