ଟିଟୋ ଲିଙ୍କରେ ମାଛୁ ଗିରଫ

0
437
tito aide machhu arrested
tito aide machhu arrested
ଭୁବନେଶ୍ୱର : ଟିଟୋ ଲିଙ୍କରେ  ମାଛୁକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟ୍ୟାସ୍କ ଫୋର୍ସ ଟିମ । ଟେଣ୍ଡର କାରବାର ସମ୍ପୃକ୍ତି ସନ୍ଦେହରେ ମାଛୁକୁ ଏସଟିଏଫ ଜେରା କରୁଥିବା ନେଇ ସୂଚନା ମିଳିଛି ।

 ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଲିଙ୍କରେ ଗତକାଲି ରାତିରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟ୍ୟାସ୍କ ଫୋର୍ସ ଟିମ । ଗିରଫ ଅଭିଯୁକ୍ତ ନାଁ ଆସୁଦ୍ଦିନ କାଦିର ଓରଫ ମାଛୁ। ଟେଣ୍ଡର କାରବାର ସମ୍ପୃକ୍ତି ସନ୍ଦେହରେ ମାଛୁକୁ ଏସଟିଏଫ ଜେରା କରୁଥିବା ନେଇ ସୂଚନା ମିଳିଛି ।

ଅପରପକ୍ଷରେ ଆଉ ଏକ ମାମଲାରେ କଟକ ଏସଡିଜେଏମ କୋର୍ଟ ଟିଟୋକୁ ପକ୍ଷଭୁକ୍ତ ପାଇଁ ଅନୁମତି ଦେଇଛନ୍ତି। ଚାଉଳିଆଗଞ୍ଜରେ ବଟି ଆଦାୟ ଓ ଟେଣ୍ଡର ଫିକ୍ସି ମାମଲାରେ ଟିଟୋକୁ ପକ୍ଷଭୁକ୍ତ କରାଯାଇଥିଲା। ପୂର୍ବରୁ ଟିଟୋକୁ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସ କୋର୍ଟରେ ଆବେଦନ କରିଥିଲା ।