ମଧୁସୂଦନ ଆଇନ୍ କଲେଜ ହେବ ବିଶ୍ୱବିଦ୍ୟାଳୟ କରାଯିବ: ମୁଖ୍ୟମନ୍ତ୍ରୀ

0
317
cm naveen patnaik
cm naveen patnaik
ଭୁବନେଶ୍ୱର :  ମଧୁସୂଦନ ଆଇନ୍ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।  ବିଜେଡି ଆଇନଜୀବୀ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ ।
କଟକ ସ୍ଥିତ ମଧୁସୂଦନ ଆଇନ୍ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ। ଏହା ବ୍ୟତିତ ଆଗାମୀ ବର୍ଷ ଠାରୁ ଆଇନଜୀବୀଙ୍କ କଲ୍ୟାଣ ପାଣ୍ଠିକୁ ଦିଆଯାଉଥିବା ଅର୍ଥର ପରିମାଣ ୫କୋଟିକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୂର୍ବରୁ ଏହି ପାଣ୍ଠିକୁ ୩ କୋଟି ଟଙ୍କା ଦିଆଯାଉଥିଲା । ଅପରପକ୍ଷରେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅବହେଳା ବିରୁଦ୍ଧରେ ଆରମ୍ଭ ହୋଇଥିବା ମହାନଦୀ ଜନ ଜାଗରଣ ଯାତ୍ରାରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆଇନଜୀବୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ସ୍ଥାନୀୟ କ୍ରାଉନ୍ ହୋଟେଲ ଠାରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ଆଇନଜୀବୀଙ୍କ ଦକ୍ଷତା ବିକାଶ ପାଇଁ ଏକ ଏକାଡେମୀ ଖୋଲାଯିବ ଓ ସବୁ ବ୍ଲକରେ କୋର୍ଟ ହେବ। ସାଧାରଣ ଲୋକଙ୍କ ନିକଟରେ ଆଇନ୍ ସେବା ଯୋଗାଇ ଦେବା ପାଇଁ ପ୍ରତି ପଞ୍ଚାୟତରେ ଲିଗାଲ୍ ସେଲ୍ କରାଯିବ ଏବଂ ସହାୟତା ପାଇଁ ଲିଗାଲ୍ ଆସିଷ୍ଟାଣ୍ଟ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ଆବାହକ ମିଲନ୍ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ ସାମୁଖ୍ୟର ରାଜ୍ୟ, ଜୋନାଲ ଓ ଜିଲ୍ଲା ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।