ଗଣ ଆନ୍ଦୋଳନରେ ପରିଣତ ହୋଇଛି ମହାନଦୀ : ନବୀନ

0
309
cm naveen patnaik
cm naveen patnaik
ପାରାଦୀପ : ଏକ  ଗଣ ଆନ୍ଦୋଳନରେ ପରିଣତ ହୋଇଛି ମହାନଦୀ । ଓଡ଼ିଶାର ବିଜେପି ନେତାଙ୍କ ଦୋମୁହାଁ ନୀତିକୁ ଲୋକମାନେ ଜାଣି ସାରି ଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 ଆଜି ପାରାଦ୍ୱୀପରେ ଆୟୋଜିତ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଛନ୍ତି  ମହାନଦୀ ଏକ ରାଜୈତିକ ଆନ୍ଦୋଳନ ହୋଇ ରହି ନାହିଁ । ଏହା ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛନ୍ତି । ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ ସରକାରଙ୍କୁ ସମର୍ଥନ କରୁଛନ୍ତି ଏବଂ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯଦି ଏଠାକାର ଲୋକମାନଙ୍କ ପାଇଁ ଦର ଅଛି ତେବେ ଛତିଶଗଡ଼ ସରକାରର କାମକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ବିଜେପି ନେତାମାନେ ଛତିଶଗଡ଼ ସରକାର କାମକୁ ବିରୋଧ କରି ପାରିବେ କି ବୋଲି ମୁଖ୍ୟମନ୍ତ୍ରୀ ଆଜି ପାରାଦ୍ୱୀପରେ ଆୟୋଜିତ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନର ଉଦ୍‌ଯାପନୀ ଉତ୍ସବରେ ପ୍ରଶ୍ନ କରିଛନ୍ତି ।  ଦୀର୍ଘ ୧୦ ଦିନ ଧରି ଚାଲିଥିବା ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନ ଆଜି ପାରାଦୀପରେ ପହଁଚିବା ପରେ ଉଦଯାପନ କରାଯାଇଛି । ଏହି ସମାରୋହରେ ଦଳର ସୁପ୍ରିମୋ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ମହାନଦୀ ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟରେ କେନ୍ଦ୍ରର ବିଜେପି ସରକାର ଚୁପ ରହିବା ଅତ୍ୟନ୍ତ ଦୁଃଖର କଥା । ଓଡ଼ିଶାର ଲୋକମାନେ ବିଜେପି ନେତାଙ୍କ ଦୋମୁହାଁ ନୀତିକୁ ଜାଣି ସାରି ଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହାନଦୀ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ରାଜ୍ୟର ଦାବି ଅନୁସାରେ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ତେଣୁ ମହାନଦୀ ପାଇଁ ଏହି ଆନ୍ଦୋଳନ ଜାରି ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେମାନେ ଭୋଟରଙ୍କ ପାଇଁ ଲଢ଼ୁଛୁ ଏବଂ ଆମେ ମହାନଦୀ ଜୀବନ ପାଇଁ ଲଢ଼ୁଛୁ  । ମହାନଦୀ ସୁରକ୍ଷା ପାଇଁ ଓଡ଼ିଶାବାସୀ ଏକାଠି ହୋଇଛନ୍ତି । ମହାନଦୀ ସୁରକ୍ଷା ଅଭିଯାନକୁ ସମର୍ଥନ କରିଥିବା ସମସ୍ତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହି ସମାରୋହକୁ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ପରିଚାଳନ କରୁଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶନ୍ନ ଆଚାର୍ୟ୍ୟ ପ୍ରମୁଖ ଯୋଗ ଦେଇଥିଲେ ।