ଦାନା ଧରୁଛି ମହାନଦୀ ଆନ୍ଦୋଳନ : କେନ୍ଦ୍ର ବିରୋଧରେ ବଢ଼ୁଛି ଆକ୍ରୋଶ

0
399
mahanadi dried up
mahanadi dried up

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ମହାନଦୀ ଉପରମୁଣ୍ଡରେ ବନ୍ଧ ନିର୍ମାଣ କରି ଜଳ ଅବରୋଧ କରୁଥିବା ଛତିଶଗଡ ସରକାର ବିରୋଧରେ ଓଡିଶାରେ ଆନ୍ଦୋଳନ ଚାଲିଛି । ମହାନଦୀ ସୁଖା ପଡିବାରୁ ବହୁ ଲୋକ ଜୀବିକା ହରାଇବା ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି । ଆଗାମୀ ଦିନରେ ମହାନଦୀରେ ହେବାକୁ ଥିବା ଜଳସଂକଟକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖିବାକୁ ମିଳିଲାଣି । ବିଶେଷ କରି କେନ୍ଦ୍ର ସରକାର ଓଡିଶା ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଛତିଶଗଡକୁ ସହଯୋଗ କରୁଥିବାରୁ ଲୋକଙ୍କ ଆକ୍ରୋଶ କେନ୍ଦ୍ର ପ୍ରତି ବଢ଼ିବାରେ ଲାଗିଛି । ଆଗକୁ ଏହା ବିଷ୍ପୋରକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ମହାନଦୀ ଉପରମୁଣ୍ଡରେ ବନ୍ଧ ନିର୍ମାଣ କରି ଜଳ ଅବରୋଧ କରୁଛି ଛତିଶଗଡ । ଫଳରେ ଓଡିଶାରେ ଜଳ ସଂକଟ ଦେଖାଦେଇଛି । ମହାନଦୀ ଓଡିଶାର ଜୀବନରେଖା ହୋଇଥିବା ବେଳେ ଏହାର ଜଳ ଉପରେ ଛତିଶଗଡର ଦାଦାଗିରିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି । ଛତିଶଗଡର ଏଭଳି କାର୍ଯ୍ୟ ବିରୋଧରେ ରାଜ୍ୟ ସରକାର ଆଇନଗତ ଲଢ଼େଇ ଲଢ଼ୁଥିବାବେଳେ ଛତିଶଗଡ ସରକାର ବ୍ୟାରେଜ ଗେଟ ବନ୍ଦ କରି ଓଡିଶାରେ ଜଳ ସଂକଟ ସୃଷ୍ଟି କରିଛନ୍ତି । କେନ୍ଦ୍ର ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନି ବରଂ ପରୋକ୍ଷରେ ଛତିଶଗଡକୁ ସହଯୋଗ କରୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ କେନ୍ଦ୍ର ସରକାର ଉପରେ ଓଡିଶାବାସୀ ଖପ୍ପା । ଉଭୟ ଛତିଶଗଡ ଓ କେନ୍ଦ୍ର ସରକାର ବିରୋଧରେ ସ୍ୱର ଶାଣିତ କରିଛି ବିଜୁ ଜନତା ଦଳ(ବିଜେଡି) । କଂଗ୍ରେସ ଓ ଅନ୍ୟ ସାମାଜିକ ସଂଗଠନଗୁଡିକ ମଧ୍ୟ ମହାନଦୀ ସୁରକ୍ଷା ପାଇଁ ଆନ୍ଦୋଳନ ଚଳାଇଛନ୍ତି । ମହାନଦୀ ପାଣି ହକ୍ ପାଇଁ ବିଜେଡି ପକ୍ଷରୁ ମହାନଦୀ ପ୍ରବାହିତ ୧୫ ଜିଲ୍ଲାରେ ଶୋଭାଯାତ୍ରା ଚାଲିଛି । ମହାନଦୀ ଉପରେ ଛତିଶଗଡ ସରକାରର ଦାଦଗିରି ଓ କେନ୍ଦ୍ରର ଓଡିଶା ବିରୋଧି ଆଭିମୁଖ୍ୟ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଚାଲିଥିବା ଏହି ଶୋଭାଯାତ୍ରା ଦାନା ଧରିବାରେ ଲାଗିଛି । ମହାନଦୀ ଉପରେ ଛତିଶଗଡର ଏକ ପାଖିଆ ନିଷ୍ପତି ଓ କାର୍ଯ୍ୟକୁ ଲୋକେ ପସନ୍ଦ କରୁନାହାନ୍ତି । କାରଣ ଯାହାବି ହେଲେ ଓଡିଶା କ୍ଷତିଗସ୍ତ ହେବ । ଏହାକୁ ନଜରରେ ରଖି ଛତିଶଗଡ ବିରୋଧରେ ଲୋକଙ୍କ ମନରେ ଆକ୍ରୋଶ ଜାଗ୍ରତ ହେଉଥିବା ଦେଖିବାକୁ ମିଳିଛି । ଛତିଶଗଡର ଏ ପ୍ରକାର ଦାଦାଗିରିକୁ ସେମାନେ ବରଦାସ୍ତ କରିପାରୁ ନାହାନ୍ତି । ସେହିପରି ଛତିଶଗଡର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । କେନ୍ଦ୍ର ଓଡିଶାକୁ ନୁହେଁ ବରଂ ଛତିଶଗଡକୁ ପରୋକ୍ଷ ଭାବେ ସାହାଯ୍ୟ କରୁଛି ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ଯାହା ରାଜ୍ୟବାସୀଙ୍କୁ ଚକିତ କରିଛି । କେନ୍ଦ୍ରର ଏଭଳି ଆଭୁମୁଖ୍ୟକୁ ମଧ୍ୟ ଲୋକେ ନାପସନ୍ଦ କରୁଛନ୍ତି । ଲୋକଙ୍କ ମନରେ କେନ୍ଦ୍ର ସରକାର ବିରୋଧରେ ମଧ୍ୟ ଆକ୍ରୋଶ ଜାଗ୍ରତ ହେଉଛି । ଏହି ପ୍ରରିପେକ୍ଷୀରେ ବିଜେଡି ପକ୍ଷରୁ ଚାଲିଥିବା ମହାନଦୀ ବଂଚାଅ ଅଭିଯାନକୁ ଅଧିକରୁ ଅଧିକ ଜନ ସମର୍ଥନ ମିଳୁଛି । ମହାନଦୀ ପ୍ରବାହିତ ହୋଇଥିବା ଅଂଚଳଗୁଡିକରେ ପାଣିର ଅଭାବ ଓ ତା ପରର ଭୟାବହତା ଉପରେ ଲୋକଙ୍କୁ ଅବଗତ କରାଯାଉଥିବା ବେଳେ କେନ୍ଦ୍ର ବିରୋଧି ସ୍ୱର ଶାଣିତ ହେଉଛି । କାରଣ ମହାନଦୀ ପାଣି ଅଭାବ ଯୋଗୁ ଲୋକେ କ୍ଷତିଗସ୍ତ ହେଉଛନ୍ତି । ମହାନଦୀ ସୁଖା ପଡିବାରୁ ବହୁ ଲୋକ ଜୀବିକା ହରାଇବା ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି । ମାଛ ଧରି ଜୀବିକା ଅର୍ଜନ କରୁଥିବା ଝାରସୁଗୁଡା ଜିଲ୍ଲା କଣ୍ଡେଇକୁଲା ଗ୍ରାମର ଶନି ମାଝୀ ମୃତ୍ୟୁ ବରଣ କରିବା ଘଟଣା ଏହି ଆଶଙ୍କାକୁ ଦୃଢ଼ିଭୂତ କରିଛି । ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଲୋକମାନେ ଅନୁଭବ କଲେଣି । ବିଜେଡି ପକ୍ଷରୁ କରାଯାଉଥିବା ଏହି ଅଭିଯାନ ଲୋକଙ୍କ ହୃଦୟକୁ ଛୁଇଁ ପାରିଥିବା କୁହାଯାଉଛି । ଯାହାର ରାଜନୈତିକ ଫାଇଦା ମଧ୍ୟ ବିଜେଡିକୁ ମିଳିବ ବୋଲି ରାଜନୀତି ବିଶେଷଜ୍ଞମାନେ ଆଶା କରୁଛନ୍ତି । ବିଜେପି ପଶ୍ଚିମ ଓଡିଶାରେ ସଂଗଠନ ମଜବୁତ କରିବାକୁ ଯୋଜନା ରଖିଥିବାବେଳେ ବିଜେଡିର ମହାନଦୀ ଅଭିଯାନ ପ୍ରତିବନ୍ଧକ ହେବ । ସେ ଅଂଚଳରେ ବିଜେଡି ମହାନଦୀ ଅଭିଯାନ ଚଳାଇଛି ଯାହାକି କେନ୍ଦ୍ର ସରକାର ବିରୋଧରେ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ବିଜେପି ପାଇଁ ଏହା କାଳ ହୋଇଥିବା ବେଳେ ବିଜେଡିକୁ ରାଜନୈତିକ ଫାଇଦା ବୋଲି ରାଜନୀତି ବିଷେଶଜ୍ଞ ମହଲରେ ଆଲୋଚନା ହେଉଛି ।