ନୂଆଦିଲ୍ଲୀ : ସୀମାରେ ପ୍ରବେଶ କରୁଥିବା ରୋହିଙ୍ଗ୍ୟାଙ୍କୁ ବିଏସଏଫ୍ ସମ୍ପୂର୍ଣ୍ଣ ଭାବେ ରୋକିବାରେ ସଫଳ ହୋଇଛି । କିନ୍ତୁ ଭାରତରେ ପୂର୍ବରୁ ବସବାସ କରିଥିବା ରୋହିଙ୍ଗ୍ୟା ସେନାର ଚିନ୍ତା ବଢାଇଛି । ବିଏସଏଫ୍ ଡିଜି କେକେ ଶର୍ମା କହିଛନ୍ତି ରୋହିଙ୍ଗ୍ୟାଙ୍କୁ ଶରଣ ଦେଉଛନ୍ତି ମମତା ବାନାର୍ଜୀ।
ରୋହିଙ୍ଗ୍ୟା ମୁସଲିମ୍ ଭାରତରେ ପ୍ରବେଶ କରିବା ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜି ବିଏସଏଫ୍ ଡିଜି କେକେ ଶର୍ମା ଏହା ଉପରେ ନିଜ ମତ ରଖିଛନ୍ତି । ଶର୍ମା କହିଛନ୍ତି କି, ଭାରତର କିଛି ରାଜ୍ୟରେ ରୋହିଙ୍ଗ୍ୟାମାନେ ବେଧଡକ ଭାବେ ବସବାସ କରୁଛନ୍ତି । ପଶ୍ଚିମବଙ୍ଗ ସରକାର ଏହି ଆତଙ୍କବାଦୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ରାଜ୍ୟରେ ଏମାନଙ୍କୁ କ୍ୟାମ୍ପ୍ କରି ରଖାଯାଇଛି ।
ସୂଚନାଯୋଗ୍ୟ କି, କେନ୍ଦ୍ର ସରକାର ଭାରତରେ ବେଆଇନ ଭାବେ ବାସ କରୁଥିବା ପ୍ରାୟ ୪୦ହଜାର ରୋହିଙ୍ଗ୍ୟାଙ୍କୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ପ୍ରସଙ୍ଗରେ ବର୍ତମାନ ବିଏସଫ ଡିଜିଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।