ହିଂସାରେ ମାଓ ଷଡ଼ଯନ୍ତ୍ର : ୨ ଗିରଫ

0
415
maoist writer arrested
maoist writer arrested

ପୁନେ : ଭୀମା କୋରେଗାଁ ହିଂସାକାଣ୍ଡରେ ମାଓବାଦୀଙ୍କ ସଂପୃକ୍ତି ଥିବା ପୁଲିସ ସଂଦେହ କରୁଛି । ପୁଲିସ ଆଜି ଦେଶର ବିଭିନ୍ନ ସହରରେ ଥିବା କେତେକ ଲେଖକ, ଓକିଲ ଓ ସାମାଜିକ କର୍ମୀଙ୍କ ବାସଭବନରେ ଚଢାଉ କରି କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

ଗତ ଜାନୁୟାରୀ ୧ ତାରିଖରେ ମହାରାଷ୍ଟ୍ରର ପୁନେଠାରେ ହୋଇଥିବା ଭୀମା କୋରେଗାଁ ହିଂସାକାଣ୍ଡର ତଦନ୍ତକୁ ଆହୁରି ଗଭୀର କରିଛି ପୁନେ ପୁଲିସ । ଏହି ଘଟଣାରେ ମାଓବାଦୀଙ୍କ ସଂପୃକ୍ତି ଥିବା ପୁଲିସ ସଂଦେହ କରୁଛି ।

ଏହାକୁ ଦୃଷ୍ଟିରେ ରଖି ପୁଲିସ ଆଜି ଦେଶର ବିଭିନ୍ନ ସହରଯଥା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ,ରାଞ୍ଚି ଓ ଗୋଆରେ ଥିବା କେତେକ ଲେଖକ, ଓକିଲ ଓ ସାମାଜିକ କର୍ମୀଙ୍କ ବାସଭବନରେ ଚଢାଉ କରି କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଏହା ସହିତ ପୁଲିସ ମାଓ ଦର୍ଶନରେ ବିଶ୍ୱାସ କରୁଥିବା ବର୍ବରା ରାଓ ଓ ଓକିଲ ଓ ସାମାଜିକ କର୍ମୀ ସୁଧା ଭରଦ୍ୱାଜଙ୍କୁ ଗିରଫ କରିଛି ।

ଯେଉଁ ମାନଙ୍କ ଘରେ ଚଢାଉ ହୋଇଛି ସେମାନେ ହେଲେ ସମାଜସେବୀ ବା ସାମ୍ବାଦିକ ଗୌତମ ନଲଖା, ବର୍ନନ ଗୋନଜାଲଭିସ, ଅରୁନ ଫେରେରା ।ତଦନ୍ତରୁ ଜଣାପଡିଛି ଯେ ଉକ୍ତ ହିଂସାକାଣ୍ଡ ଘଟିବାର ଦିନକ ପୂର୍ବରୁ ପୁନେରେ ଏଲଗାର ପରିଷଦ ନାମକ ଏକ ଜନସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ହିଁ ଉପସ୍ଥିତ ଥିବା ବୁଦ୍ଧିଜୀବିମାନେ ହିଂସା ପାଇଁ ଉତ୍ତେଜନାସୃଷ୍ଟିକାରୀ ଭାଷଣ ଦେଇଥିବା ପୁଲିସ ସଂଦେହ କରୁଛି ।