କଲ୍ୟାଣସିଂହପୁରେ ମାଓ ପୋଷ୍ଟର୍‌

0
294
maoist poster
maoist poster
ରାୟଗଡ଼ା : କଲ୍ୟାଣସିଂହପୁରରେ  ମାଓବାଦୀମାନେ  ପୋଷ୍ଟର୍ ଲଗାଇଛନ୍ତି । ପୁଲିସ ଜନ ଆନ୍ଦୋଳନକୁ ଭଣ୍ଡୁର କରିବା ନିମନ୍ତେ ନିୟମଗିରି ଯୁବକଙ୍କୁ ମୋବାଇଲ୍‌ ଓ କିଛି ଟଙ୍କା ଦେଇ ନିଜର ଇନ୍‌ଫର୍ମର ବନାଉଛି ବୋଲି ପୋଷ୍ଟର୍‌ରେ ଉଲ୍ଲେଖ ରହିଛି ।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଶିବ ମନ୍ଦିର କାନ୍ଥରେ ମାଓବାଦୀମାନେ ୪ଟି ପୋଷ୍ଟର୍ ଲଗାଇଛନ୍ତି । ମାଓ ସଂଗଠନର ବାସଧରା ଘୁମୁସର ନାଗାବଳୀ ଡିଭିଜନ୍‌ ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛି । ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି କେନ୍ଦ୍ର ଓ ରାଜ୍ୟ ସରକାର ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ।

ଅନ୍ୟପକ୍ଷରେ ଛତିଶଗଡ଼ ସୁକମା ପୋଲିସ ନିକଟରେ ମାଓ ଦମ୍ପତ୍ତି ଆତ୍ମ ସମର୍ପଣ କରିଛନ୍ତି । ମାଓବାଦୀ ରବୀନ୍ଦ୍ର ଓରଫ ସନ୍ନା ଓ ତା ପତ୍ନୀ ରୀନା । ସୁକମା ଜିଲ୍ଲାପାଳଙ୍କ ଅପହରଣରେ ଉଭୟ ସାମିଲ ଥିବାବେଳେ ଦୁଇ ଜଣଙ୍କ ଉରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।

ସେହିପରି ସୁକମା ଡରନାପାଲରୁ ମାଓବାଦୀ ବଣ୍ଟି ଗିରଫ ହୋଇଛି । ସୁକମା ପୋଲିସ ଓ ସିଆରପିଏଫର ମିଳିତ ଚଢ଼ାଉ ବେଳେ ବଣ୍ଟି ଗିରଫ ହୋଇଥିବା ଜଣାପଡ଼ିଛି । ତାକୁ ଧରିବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେହିପରି ସୁକମା ପୋଲିସ ନିକଟରେ ମାଓ ଦମ୍ପତ୍ତି ଆତ୍ମ ସମର୍ପଣ କରିଛନ୍ତି । ମାଓବାଦୀ ରବୀନ୍ଦ୍ର ଓରଫ ସନ୍ନା ଓ ତା ପତ୍ନୀ ରୀନା । ସୁକମା ଜିଲ୍ଲାପାଳଙ୍କ ଅପହରଣରେ ଉଭୟ ସାମିଲ ଥିବାବେଳେ ଦୁଇ ଜଣଙ୍କ ଉରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।