ଅବ୍ୟବହୃତ ଓଏସଆରଟିସି ଜମିରେ ନିର୍ମାଣ ହେବ ମାର୍କେଟ କମ୍ପେ୍ଲକ୍ସ

0
394
osrtc land
osrtc land

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ପଡି ରହିଥିବା ପରିବହନ ବିଭାଗର ଜମି ଉପରେ ବାଣିଜ୍ୟିକ ପ୍ରତିଷ୍ଠାନ କରିବାକୁ ସରକାର ଯୋଜନା କରିଛନ୍ତି । ଏ ନେଇ ଆବଶ୍ୟକ ପ୍ରସ୍ତାବ ଦେବାକୁ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସଆରଟିସି)କୁ କୁହାଯାଇଛି ।
ରାଜ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ମୂଲ୍ୟବାନ ଜମି ଉପଯୋଗ ନ ହୋଇ ପଡି ରହିଛି । ଏହାର ଉପଯୋଗ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଓଏସଆଟିସି ଅଧିନରେ ଥିବା ଏହି ସବୁ ଜମିର କିଭଳି ଉପଯୁକ୍ତ ଉପଯୋଗ ହୋଇ ପାରିବ ସେ ନେଇ ବିଭାଗ ପକ୍ଷରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି । ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଓଏସଆଟିସିର ଜିଏମଙ୍କୁ ବୁଧବାର ଚିଠି ଲେଖାଯାଇଛି ।

ଯେଉଁ ଜମିଗୁଡିକ ଅବ୍ୟବହୃତ ହୋଇ ପଡି ରହିଛି, ସେସବୁ ଜମିରେ କେଉଁ ପ୍ରକାର ବାଣିଜ୍ୟିକ ପ୍ରତିଷ୍ଠାନ ତଥା ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ ସଂସ୍ଥା କରାଯାଇ ପରିବ ତାହା ଉପରେ ବସ୍ତୃତ ରିପୋର୍ଟ ଦେବାକୁ ଚିଠିରେ କୁହାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟରେ ପରିବହନ ବିଭାଗ ଅଧିନରେ ଅଧିକାଂଶ ବସଷ୍ଟାଣ୍ଡ ନିକଟରେ ବମହୁ ମୂଲ୍ୟବାନ ଜମି ପଡି ରହିଛି । ସେଗୁଡିିକର ବ୍ୟବହାର ହେଉନାହିଁ । ଯେଉଁ ସ୍ଥାନରେ ଜମସବୁ ରହିଛି, ସେଠାରେ ମାର୍କେଟ କମ୍ପେ୍ଲକ୍ସ କରାଗଲେ ପରିବହନ ବିଭାଗର ରାଜସ୍ୱ ବୃଦ୍ଧି ପାଇବ ।