ମାଟ୍ରିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି

0
394
scholar students
scholar students

ଭୁୁବନେଶ୍ୱର : ମେଧାବୀ ଛାତ୍ରଛାତ୍ରୀଙ୍କୁ  ମିଳିବ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ।  ୩୫,୪୪୦ ଜଣ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ମିଳିବ ଏହି ମେଧାବୃତ୍ତି  । ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ମିଳିବ ।

ମାଟ୍ରିକ ପରୀକ୍ଷାରେ ସଫଳତାର ସହିତ କୃତକାର୍ଯ୍ୟ ହୋଇଥିବା ୩୫,୪୪୦ ଜଣ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ମିଳିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଗାଇଡଲାଇନ ପ୍ରସ୍ତୁତ ହୋଇଛି ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ତଥା ସ୍ୱୀକୃତିପ୍ରାପ୍ତ ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତିରେ ସାମିଲ କରାଯାଇଛି । ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ବ୍ଳକର ୧୦୦ ଜଣ, ପ୍ରତି ନିଗମ ଅଞ୍ଚଳରୁ ୧୦୦ ଜଣ, ପ୍ରତି ମ୍ୟୁନିସପାଲିଟିରୁ ୫୦ ଜଣ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨୦ ଜଣ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ମିଳିବ ।

ଯୋଗ୍ୟ ତାଲିକାରେ ଶେଷ ସ୍ଥାନରେ ଯଦି ଏକାଧିକ ଛାତ୍ରଛାତ୍ରୀ ରହିବେ, ତାହେଲେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ । ଯଦି ବିଜ୍ଞାନରେ ସମାନ ନମ୍ବର ଥିବ ତା’ହେଲେ ଗଣିତ ବିଷୟ ବିଚାରକୁ ନିଆଯିବ । ପୁଣି ଗଣିତ ବିଷୟରେ ଯଦି ସମାନ ନମ୍ବର ଥିବ ତା’ହେଲେ ସମାଜ ବିଜ୍ଞାନ ନମ୍ବରକୁ ଧରାଯିବ ଛାତ୍ରଛାତ୍ରୀଙ୍କୁ ଏହି ଟଙ୍କା ମାତ୍ର ଗୋଟିଏ ଥର ମିଳିବ ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀ ଚିହ୍ନଟ ହେବେ । କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ, ଆବାହକ ଓ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ସଭ୍ୟ ରହିବେ । ସେହିଭଳି ଜିଲ୍ଲା ଶିକ୍ଷା ଅଧିକାରୀ, ମାଧ୍ୟମିକ ଶିକ୍ଷା ପରିଷଦଙ୍କ ଠାରୁ ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ତାଲିକାକୁ ତର୍ଜମା କରି ବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତକରି ଜିଲ୍ଲାସ୍ତରୀୟ କମିଟିକୁ ପଠାଇବେ ।