ମେଡିକାଲ କଜେଲ ପ୍ରତିଷ୍ଠା ପ୍ରସଙ୍ଗ : ଶ୍ରେୟ ପାଇଁ ବିଜେଡି-ବିଜେପି ପରେ କଂଗ୍ରେସ

0
371
c-voter-survey 6 mp for bjd 12 for bjp
c-voter-survey 6 mp for bjd 12 for bjp

ଭୁବନେଶ୍ୱର : ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ରାଜ୍ୟବାସୀ ଖୁସି ଅନୁଭବ କରୁଥିବା ବେଳେ ଏହାର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଚକାପଂଝା ଚାଲିଛି । ଉଭୟ ଦଳ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ କଂଗ୍ରେସ ଏହି ରେସ୍ରେ ସାମିଲ ହୋଇଛି । ଉପା ସରକାରର ନୀତି ଯୋଗୁ ଏହା ସମ୍ଭବ ହୋଇ ପାରିଥିବାରୁ ସମସ୍ତ ଶ୍ରେୟ କଂଗ୍ରେସ କହିଛି ।
ରାଜ୍ୟରେ ପ୍ରତିଷ୍ଠା ହେଉଛି ମେଡିକାଲ କଲେଜ । ଯାହା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ନିକଟରେ କେରାପୁଟ, ବାଲେଶ୍ୱର, ବଲାଙ୍ଗୀର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଆହୁରି କିଛି ମେଡିକାଲ କଲେଜ ପ୍ରତିଷ୍ଠା କାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ଆହୁରି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଏହାର ଶ୍ରେୟ ନେବାକୁ ବିଜେଡି ବିଜେପି ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ସାମିଲ ହୋଇଛି କଂଗ୍ରେସ । ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଥିବା ଆଇନଗତ ସମସ୍ୟାକୁ ଉପା ସରକାର ସମାଧାନ କରଥିଲେ । ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଥିବା ଆଇନରେ ସଂଶୋଧନ ପରେ କେନ୍ଦ୍ର-ରାଜ୍ୟ ମିଳିତ ଭାବେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ବାଟ ଫିଟିଥିଲା ।

୨୦୧୩-୧୪ରେ ଉପା ସରକାର ଓଡିଶାରେ ୫ଟି ମେଡିକାଲ କଲେଜ ପାଇଁ ଘୋଷଣା କରିଥିଲେ । ତକ୍ରାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ବାଲେଶ୍ୱର, କୋରାପୁଟ, ବଲାଙ୍ଗୀର, ବାରିପଦା ଓ ପୁରୀ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବା ଶ୍ରୀ ଜେନା କହିଛନ୍ତି । ତା’ଛଡା ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ସୁପର ସ୍ପେଶଲିଟି ପାଇଁ ୧୨୦ କୋଟି ଟଙ୍କା ଲେଖାଏଁ ବରାଦ ମଧ୍ୟ କରାଯାଇଥିଲା ।

ତେଣୁ ଉପା ସରକାରଙ୍କ ପାଇଁ ଆଜିର ଏହି ମେଡିକାଲ କଲେଜ ସ୍ଥାପନା । ଏଥିରେ ବିଜେପି କିମ୍ବା ବିଜେଡିର କିଛି ଅବଦାନ ନାହିଁ । କିନ୍ତୁ ଶ୍ରେୟ ନେବାକୁ ଉଭୟଙ୍କ ମଧ୍ୟରେ ରେସ୍ ଚାଲିଛି । କାମ ନ କରି ପିତୃତ୍ୱ ପାଇଁ ଉଭୟ ଦଳ ବ୍ୟାକୁଳ ବୋଲି ଶ୍ରୀ ଜେନା କଟାକ୍ଷ କରିଛନ୍ତି । ଆସନ୍ତା କାଲି ସେମାନେ କୋଣାର୍କକୁ ତାଙ୍କର ଅବଦାନ କହି ମଧ୍ୟ ଶ୍ରେୟ ନେବାକୁ ଚେଷ୍ଟା କରି ପାରିନ୍ତି ବୋଲି ସେ ଆଶଙ୍କା କରିଛନ୍ତି । ଶ୍ରେୟ ପାଇଁ ପ୍ରମୁଖ ତିନି ଦଳ ରାଜନୈତିକ ଫାଇଦା ପାଇଁ ରେସ୍ରେ ଥିବା ନେଇ ଆଲୋଚନା ଚାଲିଛି ।