ତୈଳଦର ବୃଦ୍ଧି ପ୍ରତିବାଦରେ ଖଣିଜ ପରିବହନ ବନ୍ଦ

0
391
tipper strike
tipper strike
ଯୋଡା :  ତୈଳ ଦର ବୃଦ୍ଧି ପ୍ରତିବାଦରେ ଖଣିଜ ପରିବହନ ବନ୍ଦ । ଠପ୍ ହୋଇଯାଇଛି ୧୧ଟି ଖଣିରୁ ଖଣିଜ ପରିବହନ। ଭଡା ନ ବଢିବା ଯାଏଁ ଧର୍ମଘଟ ଚାଲୁ ରହିବ ବୋଲି କହିଛନ୍ତି ଟିପ୍ପର ମାଲିକ ।

ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ଟିପ୍ପର ମାଲିକଙ୍କ ବିକ୍ଷୋଭ । ପେଟ୍ରୋଲ ଏବଂ ଡିଜେଲ ଦରଦାମ ବୃଦ୍ଧିକୁ ବିରୋଧ କରି ଟିପ୍ପର ମାଲିକ ମାନେ ଧର୍ମଘଟ ଡାକରା ଦେଇଛନ୍ତି  । ଏହା ସହ ଖଣିଜ ପରିବହନ ବନ୍ଦ କରିଛନ୍ତି ପ୍ରାୟ ୩୫ଶହ ଟିପ୍ପର ।

ଏହି ଧର୍ମଘଟ ଯୋଗୁଁ ଯୋଡା ଅଂଚଳରେ ପ୍ରାୟ ୧୧ଟି ଖଣିରୁ ଖଣିଜ ପରିବହନ ଏକ ପ୍ରକାର ଠପ୍ ହୋଇଯାଇଛି । ତୈଳ ଦର ବୃଦ୍ଧି ପାଉଥିବା ସତ୍ୱେ ପରିବହନ ଭଡା ବଢୁନଥିବା ଅଭିଯୋଗ କରିଛନ୍ତି ଟିପ୍ପର ମାଲିକ । ଭଡା ନ ବଢିବା ଯାଏଁ ଧର୍ମଘଟ ଚାଲୁ ରହିବ ବୋଲି କହିଛନ୍ତି କେତେକ ଟିପ୍ପର ମାଲିକ ।