ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର

0
412
first lady misbehaved at srimandir
first lady misbehaved at srimandir
ପୁରୀ :  ଶ୍ରୀମନ୍ଦିରରେ ମହାମହିମ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ଦେହରେ କିଛି ସେବକ ଘଷି ହୋଇ ଯିବା ନେଇ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।

 ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଦୌରାତ୍ମ୍ୟରେ  ଅତିଷ୍ଠ ହୋଇ ପଡ଼ିଲେଣି ସାଧାରଣ ଭକ୍ତ । କେତେବେଳେ ଶ୍ରଦ୍ଧାଳୁଙ୍କ ମାଡ଼ ମାରୁଛନ୍ତି ତ ଆଉ କେତେବେଳେ ସେବାୟତ ପକେଟ୍‌ ମାର୍‌ କରୁଥିବା ଅଭିଯୋଗ ହେଉଛି । ତେବେ ଦେଶର ‘ଫାଷ୍ଟ ଲେଡି’ କୁହାଯାଉଥିବା ମହାମହିମ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏ ନେଇ ତିନି ସେବାୟତଙ୍କୁ ନୋଟିସ ଜାରି କରିବାକୁ ରାଷ୍ଟ୍ରପତିଙ୍କ ଭବନରୁ ଚିଠି ଆସିବା ପରେ ନିଷ୍ପତ୍ତି ନିଆଯାଇଛି ।

ଗତ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିଥିବାବେଳେ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ରତ୍ନ ସିଂହାସନରେ ମଥା ରଖିବା ପାଇଁ ମହାମହିମ ରାଷ୍ଟ୍ରପତି ଯିବା ବେଳେ ସେଠାରେ ଉପସ୍ଥିତ ଖୁଣ୍ଟିଆ ମେକାପ ସେବକ ଆଡେଇ ନ ଥିଲେ । ଏହା ସହିତ କେତେକ ସେବକ ରାଷ୍ଟ୍ରପତିଙ୍କ ଦେହରେ ଘଷି ହୋଇ ଯାଉଥିଲେ । ଏପରି ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ଦେହରେ କିଛି ସେବକ ଘଷି ହୋଇ ଯିବା ନେଇ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଭବନରୁ ଚିଠି ଆସିଛି । ତେଣୁ ମାମଲାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତର ସହ ନେଇଛି । ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା କମିଟି ବୈଠକରେ ଅଭିଯୁକ୍ତ ଥିବା ତିନିଜଣ ସେବାୟତଙ୍କ ନାଁରେ ନୋଟିସ ଜାରି କରିବାକୁ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।