ମୋବାଇଲ କମାଏ ପ୍ରଜନନ କ୍ଷମତା

0
406
mobile affect potency
mobile affect potency

ଭୁବନେଶ୍ୱର  : ମୋବାଇଲରୁ ନିର୍ଗତ ବିକିରଣ  କମାଏ ପ୍ରଜନନ କ୍ଷମତା । ତା’ଛଡା ସ୍ମୃତି ଶକ୍ତି ହ୍ରାସ,ଚକ୍ଷୁ ସମସ୍ୟା ସମେତ ଶରୀରକୁ କ୍ଷତି ପହଂଚାଇ ଥାଏ ଏହି ବିକିରଣ । ଅତ୍ୟଧିକ ମୋବାଇଲ, ଲ୍ୟପଟପ୍ କିମ୍ବା କମ୍ପୁଟର ବ୍ୟବହାର ଡାକି ଆଣେ ରୋଗ ।

ଡିଜିଟାଲ ଯୁଗରେ  ପିଲାଠୁ ବୃଦ୍ଧ ଯାଏଁ ପ୍ରାୟ ସମସ୍ତେ ସ୍ମାର୍ଟ ଫୋନ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ଏଗୁଡ଼ିକ ଆମ ସବୁ କାମକୁ ସହଜ କରିଦେଉଛି ସତ କିନ୍ତୁ ଅତ୍ୟଧିକ ମୋବାଇଲ, ଲ୍ୟପଟପ୍ କିମ୍ବା କମ୍ପୁଟର ବ୍ୟବହାର ଡାକି ଆଣେ ରୋଗ । ଜବାହାର ଲାଲ୍‌ ନେହେରୁ ୟୁନିଭରସିଟିର ଏକ ଗବେଷଣାରୁ ଜଣାପଡ଼ିଛି ଯେ ମୋବାଇଲ ଟାୱାରରୁ ଆସୁଥିବା ବିକିରଣ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏଥିସହ ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

ଲାପଟପ୍‌ର ରେଡିଏସନ୍‌ରୁ ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼େ। ଏଥିପାଇଁ ଆମେ ସବୁକିଛି ଧୀରେ ଧୀରେ ଭୁଲିବାକୁ ଲାଗୁ। ଲାପଟପ୍‌ର ଲଗାତାର ବ୍ୟବହାର ଦ୍ୱାରା ଅଲଜାଇମ ପରି ରୋଗ ହୋଇଥାଏ।  ଲାପଟପ୍‌ର ସ୍କ୍ରିନ୍‌ରୁ ଲଗାତାର ଭାବେ ସଫ୍ଟ ରେଡିଏସନ କିରଣ ବାହାରିଥାଏ। ଏହା ଆଖି ପାଇଁ ବହୁତ କ୍ଷତିକାରକ। ଆଖିର ବାହାର ଅଂଶରେ ପାଣି ପରି ଏକ ଦ୍ରବ୍ୟଥାଏ। ଯାହାଦ୍ୱାର ଆମର ଦୃଷ୍ଟି ସଫା ହୋଇଥାଏ। ଏହାର ଭାବରେ ଦୃଷ୍ଟି ଦୋଷ ଓ ଆଖି ବିନ୍ଧା ହେବା ଭଳି ସମସ୍ୟା ଦେଖାଦିଏ।

ଯେଉଁମାନେ ଅଧିକ ସମୟ ମୋବାଇଲରେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କୁ ବ୍ରେନ୍‌ ଟ୍ୟୁମର ହେବାର ଆଶଙ୍କା ରହିଥାଏ।  ଏହି ରେଡିଏସନ୍‌ ଆମର ଏକାଗ୍ରତାକୁ ପ୍ରଭାବିତ କରିଥାଏ।  ସବୁବେଳେ ଥକାପଣ ଲାଗିଥାଏ। ଫଳରେ ଶରୀରର କାର୍ଯ୍ୟକାରୀ କ୍ଷମତା କମିଯାଏ।  ଯଦି କୌଣସି ଗର୍ଭବତୀ ମହିଳା ଅନେକ ସମୟ ଧରି ଲାଟପ୍‌ କିମ୍ବା ମୋବାଇଲ ବ୍ୟବହାର କରନ୍ତି ତେବେ ତାଙ୍କୁ ସ୍ତନ କର୍କଟ ହେବାର ଭୟ ରହିଥାଏ। ଛୋଟ ପିଲାଙ୍କ ମୁଣ୍ଡର ହାଡ଼ଗୁଡ଼ିକ ବହୁତ ପତଳା ହୋଇଥାଏ। ଫଳରେ ରେଡିଏସନ୍‌ର ପ୍ରଭାବ ଏମାନଙ୍କ ଉପରେ  ଅଧିକ ପଡ଼ିଥାଏ।