ମୋଦୀ ଜାରି କଲେ ଫିଟନେସ୍ ଭିଡିଓ

0
221
modi's fittness action
modi's fittness action
ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ଯୋଗାଭ୍ୟାସ କରୁଥିବା ଏକ ଭିଡିଓ ବୁଧବାର ଦିନ ନିଜ ଟ୍ୱିଟରରେ  ଜାରି କରିଛନ୍ତି । ଏହି ଭିଡିଓରେ ମୋଦୀ ଯୋଗ ଏବଂ ପଂଚତତ୍ୱ ଟ୍ରାକ ଉପରେ ଚାଲୁଥିବାର ନଜର ଆସିଛି ।

କ୍ରୀଡାମନ୍ତ୍ରୀ ରାଜବର୍ଧନ ସିଂ ରାଠୋରଙ୍କ ଫିଟନେସ ଚ୍ୟାଲେଞ୍ଜ ‘ଆମେ ଫିଟ୍ ତ ଭାରତ ଫିଟ୍’ ର ଧ୍ୱନି ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ପହଂଚି ଯାଇଛି । ପ୍ରଧାନମନ୍ତ୍ରୀ ବିରାଟ କୋହଲିଙ୍କ ଫିଟନେସ୍ ଚ୍ୟାଲେଞ୍ଜ ସ୍ୱୀକାର କରିବା ସହ ବୁଧବାର ଦିନ ନିଜ ଟ୍ୱିଟରରେ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ସେ ବିଭିନ୍ନ ପ୍ରକାରର ଯୋଗାଭ୍ୟାସ କରୁଥିବା ଦେଖାଯାଇଛି ।

ଏହି ଭିଡିଓରେ ମୋଦୀ ଯୋଗ ଏବଂ ପଂଚତତ୍ୱ ଟ୍ରାକ ଉପରେ ଚାଲୁଥିବାର ନଜର ଆସିଛି । ଟ୍ୱିଟରେ ସେ ଭିଡିଓ ସହ ଲେଖିଛନ୍ତି କି, ଏହା ତାଙ୍କର ସକାଳର ବ୍ୟାୟାମର କିଛି ଅଂଶ । ଯୋଗ ସହ ପଂଚତତ୍ୱ ପ୍ରକୃତିର ପାଂଚଟି ତତ୍ୱ ଯଥା ମୃତିକା, ଜଳ, ଅଗ୍ନୀ, ବାୟୁ ଏବଂ ଆକାଶ ସମେତ ପ୍ରେରିତ ଟ୍ରାକରେ ସେ ଚାଲନ୍ତି ବୋଲି କହିଛନ୍ତି । ଏହା ତାଙ୍କୁ ଅନେକ ଶାନ୍ତି ପ୍ରଦାନ କରିଥାଏ ବୋଲି କହିଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ ୨୦୧୮ କମନୱେଲଥ୍ ଗେମର ପଦକ ବିଜେତା ମନିକା ବାତ୍ରାଙ୍କୁ ଫିଟନେସ୍ ଚ୍ୟାଲେଞ୍ଜ ପାଇଁ ଆହ୍ୱାନ କରିଛନ୍ତି । ଏହା ସହ ୪୦ ବର୍ଷରୁ ଅଧିକ ବୟସର ଆଇପିଏସ ଅଧିକାରୀଙ୍କୁ ଏହି ଫିଟନେସ୍ ଚ୍ୟାଲେଞ୍ଜ ପାଇଁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।