ସାଲେପୁର : ଓଡ଼ିଶାରେ ପୁଣି ଜଣେ ଯୁବକ ‘ମୋମୋ’ ଖେଳର ଶୀକାର ହୋଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୋବାଇଲରେ ମୋମୋ ଗେମ୍ ଆପ୍ଲିକେସନ୍ ମିଳିଥିବା ପୋଲିସ ସୂଚନା ଦେଇଛନ୍ତି ।
ମୋମୋକୁ ଚ୍ୟାଲେଞ୍ଜ କରି କଟକ ମାହାଙ୍ଗା ଅଂଚଳ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ଉମର ଗ୍ରାମର ଉମାକାନ୍ତ ବେହେରା (୨୫) । ଆଜି ସକାଳୁ ମାହାଙ୍ଗା ଉମର ଗାଁର ନିର୍ମାଣାଧୀନ କ୍ଲବ ଘରୁ ଉମାକାନ୍ତଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଉମାକାନ୍ତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏ ନେଇ ପରିବାର ଲୋକ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରାଥମିକ ତଦନ୍ତ ଜଣାପଡ଼ିଛି ଯେ ଗତକାଲି ମୋବାଇଲରେ ଏହି ପ୍ରାଣଘାତୀ ମୋମୋ ଆପ୍ସ ଡାଉନଲୋଡ କରାଯାଇଥିବା ଜଣାପଡିଛି । ମୋମୋ ଗେମ୍ ଖେଳିବା ପରେ ସେ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି । ପୋଲିସ ଏ ନେଇ ତଦନ୍ତ ଜାରି ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିକଟରେ ରାଉରକେଲା ରେଲୱେ କଲୋନୀର ଇଂଜିନିୟରିଂ ଛାତ୍ର ଚେତନ କୁମାର ଏହି ଗେମର ଶୀକାର ହୋଇଥିଲେ । ସେ ଏହି ଖେଳରେ ଏତେ ପାଗଳ ହୋଇଯାଇଥିଲେ ଯେ ଭୁବନେଶ୍ୱରରୁ ଚେନ୍ନାଇ ପଳାଇଯାଇଥିଲେ । ସେଠାରେ ୬ ମହଲା କୋଠା ଉପରୁ ଡେଇଁ ପଡିଥିଲେ ।