ଆଣ୍ଡାମାନ ଛୁଇଁଲା ମୌସୁମୀ : ୨୯ରେ ଛୁଇଁପାରେ କେରଳ

0
422
monsoon arrives at andaman
monsoon arrives at andaman
ଭୁବନେଶ୍ୱର : ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଛୁଇଁଛି । ୨୯ରେ ମୋସୁମୀ କେରଳ ଛୁଇଁପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ତେବେ ଏ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଆଣ୍ଡାମାନ ନିକୋବର ଛୁଇଁଛି ମୌସୁମୀ ବାୟୁ। ଏହାର ପ୍ରଭାବରେ ଦ୍ୱୀପରେ ବର୍ଷା ହୋଇଥିବା ଜଣାପଡିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ସାହୁଙ୍କ ସୂଚନାନୁସାରେ, ମୌସୁମୀ ପ୍ରଭାବରେ ଆଜି ସକାଳେ ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ବର୍ଷା ହୋଇଛି। ପୂର୍ବରୁ ମେ ମାସ ୨୩ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଥିଲା । ସେ ଦୃଷ୍ଟିରୁ ମୋସୁମୀ ଆସିବାରେ ୩ ଦିନ ବିଳମ୍ବ ହୋଇଛି। ମେ ୨୯ରେ ମୋସୁମୀ କେରଳ ଛୁଇଁପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ତେବେ ଏ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।