ଏସବିଆଇ : ଗୋଟିଏ ଦିନରେ ୨୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ

0
539
sbi limits atm withdrawl
sbi limits atm withdrawl
ନୂଆଦିଲ୍ଲୀ : ଅକ୍ଟୋବର ୩୧ ରୁ ବ୍ୟାଙ୍କ ଗ୍ରାହକ ଗୋଟିଏ ଦିନରେ ୨୦,୦୦୦ ଟଙ୍କାରୁ ଅଧିକ ଟଙ୍କା କାଢି ପାରିବେ ନାହିଁ । ବର୍ତମାନ ଏହି ସୀମା ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।  ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗୋଟିଏ ଦିନରେ ଏଟିଏମରୁ ଟଙ୍କା ଉଠାଇବାର ସୀମାକୁ ନିୟନ୍ତ୍ରଣ କରିବାର ନିଷ୍ପତି ନେଇଛି ।

ଏସବିଆଇ ଖାତାକୁ ପଠାଯାଇଥିବା ଆଦେଶରେ କୁହାଯାଇଛି କି, ବ୍ୟାଙ୍କର ଏଟିଏମ ଟ୍ରାନଜାକ୍ସନରେ ହେଉଥିବା ବିଭିନ୍ନ ପ୍ରକାର ଠକାମି ପାଇଁ ମିଳୁଥିବା ଅଭିଯୋଗକୁ ଆଖିଆଗରେ ରଖି ଡିଜିଟାଲ-କ୍ୟାସଲେସ ଟ୍ରାନଜାକସନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଟଙ୍କା ଉଠାଇବାର ସୀମାକୁ ପରିବର୍ତନ କରିବାର ନିଷ୍ପତି ନିଆଯାଇଛି ।

କ୍ଲାସିକ ଓ ମେଟ୍ରୋ ପ୍ଲାଟଫର୍ମ ଉପରେ  ଜାରୀ କରାଯାଇଥିବା ଡେବିଟ କାର୍ଡରେ ମଧ୍ୟ ଟଙ୍କା କାଢିବାର ସୀମା ପରିବର୍ତନ କରାଯାଇଛି । ଟଙ୍କା ଉଠାଇବା ପାଇଁ ଏହି ପରିବର୍ତନ ପର୍ବପର୍ବାଣୀ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ।

ଏହି ନିୟମରେ ବ୍ୟାଙ୍କ ଗ୍ରାହାକଙ୍କୁ ହେଉଥିବା ଅସୁବିଧା ବିଷୟରେ ଏସବିଆଇର ପ୍ରବନ୍ଧ ନିର୍ଦ୍ଦେଶକ ପିକେ ଗୁପ୍ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି କି, ଆମର ବିଶ୍ଲେଷଣ ଦେଖାଯାଏ କି ଏଟିଏମରୁ ଅଧିକତମ କମ ପରିମାଣର ଟଙ୍କା ଉଠାଯାଏ । ୨୦ ହଜାର ଟଙ୍କା କିଛି ଗ୍ରାହକଙ୍କ ପାଇଁ ବହୁତ ଅଧିକ ହୋଇଥାଏ ।

ଆମେ ଛୋଟ ଉଠାଣ ଉପରେ ହେଉଥିବା ଠକାମିକୁ ରୋକିବାକୁ ବି ପ୍ରୟାସ କରୁଛୁା ସେ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ଗ୍ରାହାକମାନଙ୍କୁ ଅଧିକ ଟଙ୍କା ଉଠାଇବା ଦରକାର ପଡୁଛି ସେମାନେ ବ୍ୟାଙ୍କର ଅନ୍ୟକାର୍ଡରେ ଟଙ୍କା ଉଠାଇ ପାରିବେ । ଏପରି କାର୍ଡ ବ୍ୟାଙ୍କ ସେହି ଗ୍ରାହକମାନଙ୍କୁ ଦେଉଛି ଯେଉଁମାନେ ନିଜ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସରୁ ଅଧିକ ଟଙ୍କା ଜମା ରଖିଥାନ୍ତି ।

Khabar Odisha: ଖବର ଓଡ଼ିଶାଖବର ଓଡ଼ିଶା01/10/2018