୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ବର୍ଷା

0
346
rain
rain
ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ରହିବ ବର୍ଷା  । ୨୯ରୁ  କମ୍ ବର୍ଷା ହେବ  ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
 ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ପରିମାଣ ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି କୁହାଯାଉଛି । ଜୁନ୍ ୨୯ରୁ ଜୁଲାଇ ୫ ପର୍ଯ୍ୟନ୍ତ କମ୍ ବର୍ଷା ହେବ  । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ରାଜଘାଟଠାରେ ସର୍ବାଧିକ ୧୪ ସେମି ବର୍ଷା ରେକର୍ଡ଼ କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନାଜାରୀ କରାଯାଇଛି ।

ବୁଧବାର ସକାଳୁ ସକାଳୁ ରାଜଧାନୀରେ ଆରମ୍ଭ ହୋଇଯାଇଛି ମୌସୁମୀର ରିମଝିମ୍ ବର୍ଷା । ସ୍କୁଲ କଲେଜ ଖୋଲିଥିବାରୁ ପିଲାମାନେ ସ୍କୁଲ ଯିବା ପାଇଁ ବସଷ୍ଟପ୍ ନିକଟରେ ଭିଜିଭିଜି ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ପ୍ରକାର ବୃତ୍ତିଜୀବିମାନେ ବର୍ଷାତି ପରିଧାନ ପୂର୍ବକ ଯାତାୟତ କରୁଥିବାବେଳେ ଦୀର୍ଘ ସମୟ ଧରି ଲାଗି ରହିଥିବା ମୌସୁମୀ ବର୍ଷା ପରିବେଶକୁ ଥଣ୍ଡା କରିଦେଇଛି । ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ସମେତ ସାରା ଓଡ଼ିଶାରେ ମୌସୁମୀ ପ୍ରବାହ ଜନିତ ଭଲ ବର୍ଷା ବୁଧବାର ସକାଳୁ ହୋଇଯାଇଥିବା ଜଣାଯାଇଛି ।