ବରଗଡ: ଶାଶୁଙ୍କ ଉପରେ ବୋହୂ ନିର୍ମମ ଅତ୍ୟାଚାର । ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାରି ଘୋଷାରି ନିର୍ଯ୍ୟାତନା । ଏହି ଘଟଣା ଭାଇରାଲ ହେବା ପରେ ବୋହୂ ବାଳମତି ସାହୁଙ୍କୁ ଗିରଫ କରିଛି ପୋଲିସ ।
ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ବୋହୂ ଉପରେ ଶାଶୁର ନିର୍ଯ୍ୟାତନା ତ କେତେବେଳେ ଶାଶୁ ଉପରେ ବୋହୂର ନିର୍ଯ୍ୟାତନା ଖବର ସମ୍ବାଦ ପତ୍ରରେ ଶୀରୋମଣ୍ଡନ କରୁଛି । ଏହିଭଳି ପୁଣି ଏକ ଅଭାବନୀୟ ଘଟଣା ଦେଖାଯାଇଛି ବରଗଡ ଗାଇସିଲଟର ତାଲାପାଲି ଗାଁରେ।
ଜଣେ ବୃଦ୍ଧା ଶାଶୁଙ୍କ ଉପରେ ବୋହୂ ନିର୍ମମ ଅତ୍ୟାଚାର କରିଥିବା ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାରି ଘୋଷାରି ବୋହୂ ନିର୍ଯ୍ୟାତନା ଦେଉଥିବା ଦେଖାଯାଇଛି। ଏ ସମ୍ପର୍କୀତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଭାଇରାଲ ହେବା ପରେ ବୋହୂ ବାଳମତି ସାହୁଙ୍କୁ ଗିରଫ କରିଛି ପୋଲିସ । ତେବେ ଆଜି ବାଳମତିଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି।
ଅପରପକ୍ଷରେ ଏହି ଲଜ୍ଜା ଜନକ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବୋହୂ ଶାଶୁକୁ ଘୋଷାଡି ଘୋଷାଡି ନେଉଥିବା ବେଳେ ଗାଁ ଲୋକେ କେହି ପ୍ରତିବାଦ କରୁନଥିବା ଭିଡିଓରେ ଦେଖାଯାଉଛି। ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।