ନାବାଳିକା ଦୁଷ୍କର୍ମ ମାମଲାରେ ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶ

0
257
minor girl raped
minor girl raped
ଭୋପାଳ :ଦୁଷ୍କର୍ମ ମାମଲାରେ ଦେଶର ପ୍ରଧମ ସ୍ଥାନରେ ଥିବା ରାଜ୍ୟ  ମଧ୍ୟପ୍ରଦେଶ ।  ଗତବର୍ଷ ଏହି ରାଜ୍ୟରେ ୨୪୬୭ଟି ଦୁଷ୍କର୍ମ ମାମଲାର ଅଭିଯୋଗ ହୋଇଥିଲା । ଯାହା ଦେଶ ସାରା ହୋଇଥିବା ଦୁଷ୍କର୍ମ ମାମଲାର ଅଧା ବୋଲି ଜଣାପଡିଛି । ଏହା ମଧ୍ୟରୁ ୯୦ପ୍ରତିଶତ ଦୁଷ୍କର୍ମ ପରିବାରର ସମ୍ପର୍କୀୟଙ୍କ ଦ୍ୱାରା ହୋଇଥିବା ଦେଖାଯାଇଛି ।
 ମଧ୍ୟପ୍ରଦେଶରେ ନାବାଳିକା ଦୁଷ୍କର୍ମ ମାମଲା ଥମିବାର ନା ନେଉନାହିଁ । କିଛି ଦିନ ତଳେ ମନ୍ଦସୋରରେ ୭ବର୍ଷର ଶିଶୁ ସହ ଲୋମଟାଙ୍କୁରା ଘଟଣା ଥମି ନଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ନରପିଶାଚ ଦ୍ୱାରା ୪ବର୍ଷର ଏକ ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯିବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏହା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ଚିଠି ଲେଖି ଏକ ଫାଷ୍ଟ୍ ଟ୍ରାକ୍ କୋର୍ଟ୍ ଗଠନ କରି ଜଲଦି ଏହାର ଶୁଣାଣି କରିବାକୁ ନିବେଦନ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବା  ଦରକାର । ଏହି ସବୁ ମାମଲାର ଶୀଘ୍ର ଶୁଣାଣି କରିବା ଉଚିତ୍ । ଏହି ପରି ସମ୍ବେଦନଶୀଳ ମମାଲାକୁ ପ୍ରାଥମିକତା ଦେବା ପାଇଁ ଶିବରାଜ ମୁଖ୍ୟ ନ୍ୟାୟାଧୀଶଙ୍କୁ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ ୨୦୧୭,ନଭେମ୍ବର ୨୬ରେ ମଧ୍ୟପ୍ରଦେଶ କ୍ୟାବିନେଟ୍ ନାବାଳିକା ଦୁଷ୍କର୍ମ ମାମଲାରେ ଏକ ଐତିହାସିକ ପ୍ରସ୍ତାବ ପାରିତ କରିଥିଲା । ଯେଉଁଥିରେ ୧୨ ବର୍ଷରୁ କମ୍ ବୟସର ନାବାଳିକଙ୍କୁ ଦୁଷ୍କର୍ମରେ ଦୋଷୀକୁ ମୃତ୍ୟୁଦଣ୍ଡ ଦେବା ନେଇ ଘୋଷଣା କରାଯାଇଥିଲା । ଦୁଷ୍କର୍ମ ମାମଲାରେ ରାଜ୍ୟରେ ଅନେକ ନିୟମ ହେଉଥିବା ବେଳେ ଏହି ପରି ଜଘନ୍ୟ କାଣ୍ଡ କମୁନାହଁ ।