ମୁମ୍ବାଇ : ମୂଷଳ ଧାରା ବର୍ଷାରେ ବେହାଲ ହୋଇ ପଡିଛି ମୁମ୍ବାଇ। ପାଣିପାଗ ବିଜ୍ଞାନ ବିଭାଗର ସଦ୍ୟତମ ଚେତାବନୀ ମୁମ୍ବାଇବାସୀଙ୍କୁ ଅସୁବିଧାକୁ ଦ୍ଵିଗୁଣିତ କରିବାକୁ ଯାଉଛି।
ଦେଶର ଦକ୍ଷିଣ ରାଜ୍ୟରେ ପହଞ୍ଚି ସାରିଥିବା ମୌସୁମୀ ଗୁରୁବାର ମୁମ୍ବାଇରେ ପ୍ରବଳ ବର୍ଷିଛି। ପ୍ରାକ ମୌସୁମୀ ବର୍ଷା କାରଣରୁ ମାୟାନଗରୀର ଗତିରେ ବ୍ରେକ ଲାଗି ଯାଇଛି। ମୂଷଳ ଧାରା ବର୍ଷାରେ ବେହାଲ ହୋଇ ପଡିଛି ମୁମ୍ବାଇ। ପାଣିପାଗ ବିଜ୍ଞାନ ବିଭାଗର ସଦ୍ୟତମ ଚେତାବନୀ ମୁମ୍ବାଇବାସୀଙ୍କୁ ଅସୁବିଧାକୁ ଦ୍ଵିଗୁଣିତ କରିବାକୁ ଯାଉଛି।
ତାଜା ସୂଚନା ମୁତାବକ ମୌସୁମୀ ଗୋଆ ପହଞ୍ଚି ସାରିଛି ଏବଂ ଆଗାମୀ ୨୪ ଘଣ୍ଟାରେ ଏହା ଦକ୍ଷିଣ ମହାରାଷ୍ଟ୍ର ଛୁଇଁବ। ଅର୍ଥାତ ଆଗାମୀ ୪୮ ରୁ ୭୨ ଘଣ୍ଟାରେ ମୌସୁମୀ ମୁମ୍ବାଇ ପହଞ୍ଚିପାରେ। ତେଣୁ ୮ ଓ ୯ରରେ ଏଠାରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ଚେତାବନୀ ଦେଇଛି। ପାଣିପାଗ ବିଭାଗର ଏହି ଚେତାବନୀକୁ ଧ୍ୟାନରେ ରଖି ମୁମ୍ବାଇ ମହାନଗର ପାଳିକା(ବିଏମସି) ନିଜ କର୍ମଚାରୀଙ୍କ ଛୁଟି ବାତିଲ କରି ଦେଇଛି।
ଗୁରୁବାର ପ୍ରାକ ମୌସୁମୀ କାରଣରୁ ମୁମ୍ବାଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅନେକ ଜାଗାରେ ଜଳ ଜମି ରହିଛି। ଏହି କାରଣରୁ ଗାଡି ଜାମ ଲାଗି ରହିଛି। ପ୍ରବଳ ବର୍ଷା କାରଣରୁ ରାସ୍ତାରେ ଦୃଶ୍ୟମାନ ହ୍ରାସ ପାଇଛି। ପବନର ବେଗ ଘଣ୍ଟା ପ୍ରତି ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି।
ପ୍ରବଳ ବର୍ଷାରେ ହେବାକୁ ଥିବା ସମସ୍ୟାର ମୁକାବିଲ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ବିଏମସି ନିଜର କର୍ମଚାରୀଙ୍କ ସାପ୍ତାହିକ ଛୁଟିକୁ ବାତିଲ କରି ଦେଇଛି। ଏନଡିଆରଏଫର ୩ଟି ଦଳକୁ ପ୍ରସ୍ତୁତ ରଖାଯାଇଛି। ଏହି ଟିମ୍ ପରେଲ, ଅନ୍ଧେରି ଓ ମନଖୁର୍ଦରେ ମୁତୟନ ରହିବେ। ଟିମର ସମସ୍ତ ସଦସ୍ୟଙ୍କ ପାଖରେ ଓ୍ଵାକି ଟୋକି ସମେତ ସମସ୍ତ ଜରୁରୀ ସାମାନ ଦିଆଯାଇଛି। ଏହି ଟିମ ବନ୍ୟାରୁ ଲୋକଙ୍କୁ ବାହାର କରିବାକୁ ସକ୍ଷମ ଅଟନ୍ତି।
ମୁମ୍ବାଇରେ ବିଗିଡିଥିବା ପାଣିପାଗର ପ୍ରଭାବ କେବଳ ସଡ଼କରେ ଦେଖିବାକୁ ମିଳିନାହିଁ ବରଂ ବିମାନ ସେବା ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଜେଟ ଏୟାରଓ୍ଵେଜର ଏକ ବିମାନ ଯାହା ଲଣ୍ଡନରୁ ଆସୁଥିଲା ତାର ଗତି ବଦଳାଯାଇ ଅହମ୍ମଦାବାଦ ଅଭିମୁଖେ ପଠାଯାଇଛି। ଏହି ବିମାନ ମୁମ୍ବାଇରେ ଅବତରଣ କରିବାର ଥିଲା।