ପରଲୋକରେ ରଙ୍ଗବତୀ ଗୀତର ସଂଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ

0
345
music director pravudatta pradhan
music director pravudatta pradhan
ସମ୍ବଲପୁର : ହୃଦଘାତରେ ‘ରଙ୍ଗବତୀ’ର ସଂଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କର ପରଲୋକ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ପ୍ରଭୁଦତଙ୍କ ମୃତ୍ୟୁରେ ସଂଗୀତ ଦୁନିଆରେ ଏକ ଅପୂରଣୀୟ କ୍ଷତି ହୋଇଥିବା ବହୁ କଳାକାର ଓ ସଂଗୀତ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ସଂଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କର ପରଲୋକ ହୋଇଛି । ସମ୍ବଲପୁର ରୋଡ଼ସ୍ଥିତ ବାସଭବନରେ ଆଜି ଭୋର ୪ଟା ବେଳେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି ।  ପ୍ରଭୁଦତ୍ତ ପ୍ରଧାନ ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ । ସେ ଜଣାଶୁଣା ସମ୍ବଲପୁରୀ ଲୋକଗୀତ ରଙ୍ଗବତୀର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜଣା । ସେ ତିନି ବର୍ଷ ବୟସରେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୬୯ ମସିହାରେ ସେ ଅଲ ଇଣ୍ଡିଆ ରେଡ଼ିଓରେ ବାଦ୍ୟଯନ୍ତ୍ର ବାଦନରେ ଯୋଗଦେଇଥିଲେ ।

୧୯୭୫ ମସିହାରେ ସେ ରଙ୍ଗବତୀର ସଙ୍ଗୀତ ସଂଯୋଜନା କରିଥିଲେ । ୭୦ ଦଶକର ଏହି ପ୍ରସିଦ୍ଧ ଗୀତରେ ଜିତେନ୍ଦ୍ର ହରିପାଳ ଓ କ୍ରୀଷ୍ଣା ପଟେଲ କଣ୍ଠଦାନ କରିଥିବା ବେଳେ ଏହାକୁ ସଜାଇ ଥିଲେ ପ୍ରଭୁଦତ୍ତ । ତାଙ୍କ ଦ୍ୱାରା ନିର୍ଦ୍ଦେଶନା ଦିଆଯାଇଥିବା ସମ୍ବଲପୁରୀ ସଂଗୀତ ରଂଗବତୀ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ପ୍ରଭୁଦତଙ୍କ ମୃତ୍ୟୁରେ ସଂଗୀତ ଦୁନିଆରେ ଏକ ଅପୂରଣୀୟ କ୍ଷତି ହୋଇଥିବା ବହୁ କଳାକାର ଓ ସଂଗୀତ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।