ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

0
412
nabin nanda suspended from bjd
nabin nanda suspended from bjd
ଭୁବନେଶ୍ୱର : ନିନ୍ଦନୀୟ ଆଚରଣ ଜନିତ ତଥ୍ୟ ଆଧାରରେ ନବୀନ ନନ୍ଦଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଏ ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି।

ଢେଙ୍କାନାଳ ଜିଲ୍ଲା ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ  ଦଳର ସଭାପତି ନବୀନ ପଟ୍ଟନାୟକ  ନିଲମ୍ବନ କରିଛନ୍ତି। ନିନ୍ଦନୀୟ ଆଚରଣ ଜନିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ଗତକାଲି ନବୀନ ନନ୍ଦଙ୍କୁ କୋଲକତାରୁ ଗିରଫ ହୋଇଥିଲା ବେଳେ ଗିରଫ କାରଣ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା କରାଯାଉଛି ।

ସୂଚନାଯୋଗ୍ୟ, ଗତକାଲି ନବୀନ କୋଲକାତା ଗସ୍ତରେ ଯାଇଥିବା ବେଳେ ସେ ନିଖୋଜ ହୋଇ ଯାଇଥିବା ତାଙ୍କ ବଡ଼ ପୁଅ ସମ୍ବିତ ନନ୍ଦ ସୂଚନା ଦେଇଥିଲେ। ତେବେ ପରେ ନବୀନଙ୍କ ପତ୍ତା ମିଳିଥିବାର ସୂଚନା ମିଳିଥିଲେ ମଧ୍ୟ ଚୋରୀ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା । ମାତ୍ର ଏ ସଂପର୍କରେ କୋଲକାତାର ଏକ ପତ୍ରିକାରେ ବିସ୍ତୁତ ଦେବା ପରେ ଏବେ ଚର୍ଚ୍ଚା ହେଉଛି ଯେ କୋଲାକାତା ପାର୍କଷ୍ଟ୍ରିଟରେ ଥିବା ଅଲ ଏବାଉଟ ଫାମିଲି ସ୍ପାରେ ଅନୈତିକ କାର୍ଯ୍ୟ ଚାଲିଥିବା ବେଳେ ବେନିଆପୁକୁର ଥାନା ପୋଲିସ ନବୀନଙ୍କୁ ଗିରଫ କରିଥିଲା।

ସ୍ପାରେ ଚଢାଉ ବେଳେ ୯ ଯୁବତୀ ଓ ନବୀନଙ୍କ ସହ ୧୮ ଜଣ ଗିରଫ ହୋଇଥିଲେ ଏବଂ ପରେ ଜାମିନରେ ନବୀନ ମୁକୁଳିଥିଲେ ବୋଲି ସଂବୋଧିତ ପତ୍ରିକାରେ ପ୍ରକାଶ ପାଇଛି। ନବୀନଙ୍କ ସହିତ ବରଗଡ଼ କ୍ରିଷ୍ଣା ଅଗ୍ରୱାଲଙ୍କୁ ମଧ୍ୟ ପୋଲିସ ଗିରଫ କରି ତାଙ୍କ ନାମରେ ମାମଲା ରୁଜୁ କରିଥିଲା ବୋଲି ଜଣାପଡ଼ିଛି ।

ଅପରପକ୍ଷରେ ଏହି ଘଟଣାରେ ଆଇନର ଆଶ୍ରୟ ନେବି ବୋଲି କହଛନ୍ତି ନବୀନ। ସ୍ପାକୁ କୌଣସି ଉଦ୍ଦେଶ୍ୟ ରଖି ଯିବା ଅଭିଯୋଗକୁ ନବୀନ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଶନିବାର ଦିନ ତାଙ୍କଠାରୁ ଜଣେ ଲୁଟେରା ପର୍ସ ଚୋରି ଲୁଟ୍‌ କରି ନେଇଥିଲା । ତାଙ୍କୁ ସେ ପିଛା କରୁଥିବା ବେଳେ ସଂପୃକ୍ତ ଲୁଟେରା ଜଣକ ସ୍ପା ଭିତରକୁ ପଶି ଯାଇଥିଲେ ।

ସେହି ସମୟରେ ସ୍ପା ଭିତରେ ଚଢ଼ାଉ ଚାଲିଥିଲା ଏବଂ ପୋଲିସ ତାଙ୍କୁ ଗିରଫ କରିଥିଲା ।  ଯାହା ପ୍ରଚାର ଚାଲିଛି, ତାହାର ସତ୍ୟତା ନାହିଁ, ଅଭିଯୋଗ ଭିତ୍ତିହୀନ । ଏହା ମୋ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଏହି ପୂର୍ବତନ ବିଧାୟକ । ଓକିଲଙ୍କ ପରାମର୍ଶ ପରେ ଆଇନଗତ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।