ନ୍ୟାସନାଲ ଡାଟା ସେଂଟର ଉଦଘାଟିତ

0
474
national data centre inagurated
national data centre inagurated

ଭୁବନେଶ୍ୱର : ଭୁବନେଶ୍ୱର ଠାରେ ନ୍ୟାସନାଲ ଇନଫୋର୍ମେଟିକ ସେଂଟର (ଏନଆଇସି) ଦ୍ୱାରା କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ନ୍ୟାସନାଲ ଡାଟା ସେଂଟର ଉଦଘାଟନ କରିଛନ୍ତି । ଦେଶରେ ପୂର୍ବରୁ ଦିଲ୍ଲୀ, ହାଇଦ୍ରାବାଦ, ପୁନେରେ ନ୍ୟାସନାଲ ଡାଟା ସେଂଟର ଥିବା ବେଳେ ପୂର୍ବ ଭାରତରେ ଓଡିଶାରେ ଏହା ପ୍ରଥମ ପ୍ରକଳ୍ପ ।

କେନ୍ଦ୍ର ସରକାର ଓଡିଶାରେ ୨୦୦ କୋଟି ଟଙ୍କା ବ୍ୟୟରେ ଇଲେକ୍ଟ୍ରୋନିକ ମ୍ୟାନୁଫାକଚରିଂ କ୍ଲଷ୍ଟର ସ୍ଥାପନା କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏଥିରେ କେନ୍ଦ୍ର ସରକାର ୯୩ କୋଟି ଟଙ୍କା ପ୍ରଦାନ କରିବେ ଓ ଏଥି ମଧ୍ୟରୁ ୧୮ କୋଟି ଟଙ୍କା ମଂଜୁର ହୋଇ ସାରିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ସହଯୋଗର ହାତ ବଢାଇ ରାଜ୍ୟରେ ଇଲେକ୍ଟୋନିକ୍ସ ବିନିର୍ମାଣ ଯୋଜନାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସରକାର ମାନେ ବିଭିନ୍ନ ଯୋଜନା ତିଆରି କରୁଛନ୍ତି । ମାତ୍ର ଯୋଜନାର ଲାଭ ପୂର୍ବରୁ ହିତାଧିକାରୀ ମାନଙ୍କ ପାଖରେ ପହଂଚିବା ପୂର୍ବରୁ ମଧ୍ୟସ୍ଥିଙ୍କ ଦ୍ୱାରା ହରି ଲୁଟ ହେଉଥିଲା । ଏବେ ଡିଜିଟାଲ ପ୍ଲାଟଫର୍ମରେ ସବୁ କେନ୍ଦ୍ରୀୟ ଯୋଜନାର ଲାଭ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧା ସିଧା ପହଂଚୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ଯେତିକି ଦାୟିତ୍ୱ ରହିଛି କେନ୍ଦ୍ରର ମଧ୍ୟ ସେତିକି ଦାୟିତ୍ୱ ରହିଛି । ଲୋକଙ୍କ ବିକାଶ ପାଇଁ ପ୍ରତିଦ୍ୱନ୍ଦିତା ଗ୍ରହଣୀୟ । ଲୋକଙ୍କ ପାଖରେ ବିକାଶର ପହଂଚାଇବା ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।