ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ନିଧନ ପରେ ସାରା ଦେଶର ଶୋକର ଛାୟା ଖେଳି ଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଦିଲ୍ଲୀ ଓ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ଆସନ୍ତାକାଲି ଜାତୀୟ ପତାକା ଅର୍ଦ୍ଧନିମିତ ରହିବ। ଚେନ୍ନାଇରେ ରାଜକୀୟ ସମ୍ମାନ ସହିତ କରୁଣାନିଧିଙ୍କ ଅନ୍ତିମ ସଂସ୍କାର ବୁଧବାର ହେବ। ଏଥିପାଇଁ ବୁଧବାର ତାମିଲନାଡୁ ସମେତ ପୁରା ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷିତ କରାଯାଇଛି।
ତାମିଲନାଡ଼ୁର ରାଜଧାନୀ ଚେନ୍ନାଇରେ ମଙ୍ଗଳବାର ରାତିରେ ସେହି ସମୟରେ ବିବାଦ ସୃଷ୍ଟି ହେଲା ଯେବେ ଏଆଇଏଡିଏମକେ ସରକାର ଏମ କରୁଣାନିଧିଙ୍କୁ ଅନ୍ତିମ ସଂସ୍କାର ପାଇଁ ମାରିନା ବିଚରେ ଜାଗା ଦେବାକୁ ମନା କରି ଦେଲେ। ଏହା ପୂର୍ବରୁ କରୁଣାନିଧିଙ୍କ ନିଧନ ପରେ ବିରୋଧୀ ଡିଏମକେ ଦାବି କରିଥିଲା ଯେ କରୁଣାନିଧିଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାରିନା ବିଚରେ ଜାଗା ଦିଆଯାଉ।
ସରକାର ଜାଗା ଦେବାକୁ ମନା କରିଦେବା ପରେ ଚେନ୍ନାଇର କାବେରୀ ହସ୍ପିଟାଲ ବାହାରେ ଡିଏମକେ ସମର୍ଥକ ପ୍ରବଳ ହଙ୍ଗାମା କରିଛନ୍ତି। ଅନ୍ୟ ପଟେ ଡିଏମକେ ସମର୍ଥକଙ୍କ ହଙ୍ଗାମା ଦେଖି ମଦ୍ରାସ ହାଇକୋର୍ଟ କହିଛନ୍ତି ଯେ ରାତିରେ ସେ ଏହି ମାମଲାର ଶୁଣାଣି କରିବେ।
ଦକ୍ଷିଣ ଭାରତୀୟ ରାଜନୀତିର ମୁଖ୍ୟ ସ୍ତମ୍ଭ ତଥା ତାମିଲନାଡୁର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ରହିଥିବା ଏମ କରୁଣାନିଧିଙ୍କ ନିଧନ ହୋଇଛି। ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ହେବା ପରେ ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ ମିନିଟରେ ଚେନ୍ନାଇର କାବେରୀ ହସ୍ପିଟାଲରେ ୯୪ ବର୍ଷ ବୟସରେ ଅନ୍ତିମ ନିଃଶ୍ଵାସ ତ୍ୟାଗ କରିଛନ୍ତି।
ନବୀନ କରୁଣାନିଧୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଦୁଇ ବରିଷ୍ଠ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଚେନ୍ନାଇ ଗସ୍ତ କରିବେ ।
ଦକ୍ଷିଣ ଭାରତୀୟ ରାଜନୀତିର ମୁଖ୍ୟ ସ୍ତମ୍ଭ ତଥା ତାମିଲନାଡୁର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ରହିଥିବା ଏମ କରୁଣାନିଧିଙ୍କ ଆଜି ସନ୍ଧ୍ୟାରେ ନିଧନ ହୋଇଛି। ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ହେବା ପରେ ଆଜି ୬ଟା ୧୦ ମିନିଟରେ ଚେନ୍ନାଇର କାବେରୀ ହସ୍ପିଟାଲରେ ୯୪ ବର୍ଷ ବୟସରେ ସେ ଅନ୍ତିମ ନିଃଶ୍ଵାସ ତ୍ୟାଗ କରିଛନ୍ତି।