ପ୍ରାକୃତିକ ବିପର୍ଯ୍ୟୟ : ସମ୍ବେଦନଶୀଳ ଗ୍ରାମ ପାଇଁ ତିଆରି ହେବ ପରିଚାଳନା ଯୋଜନା

0
363
disaster preparedness
disaster preparedness
ଭୁବନେଶ୍ୱର  :  ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ରାଜ୍ୟରେ ଅତି ସମ୍ବେଦନଶୀଳ ଗ୍ରାମ ପାଇଁ ଗ୍ରାମ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଉଛି । ଚଳିତ ବର୍ଷ ଏଭଳି ଯୋଜନା ୧୦ ହଜାର ଗ୍ରାମକୁ ସାମିଲ କରାଯାଉଛି ।

ବନ୍ୟା, ବାତ୍ୟା, ମରୁଡ଼ି ଓଡ଼ିଶାର ଚିର ସହଚର । ତା ସାଙ୍ଗକୁ ଏବେ ଯୋଡ଼ି ହୋଇଛି ବଜ୍ରପାତ, ସର୍ପାଘାତ ଓ ପାଣିରେ ବୁଡ଼ି ମୃତ୍ୟୁ । ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସଡ଼ମା) ରାଜ୍ୟର ୩୦ ହଜାର ଗ୍ରାମକୁ ଅତି ସମ୍ବେଦନଶୀଳ ଗ୍ରାମ ଭାବେ ଚିହ୍ନଟ କରିଛି । ସେହିସବୁ ଗ୍ରାମ ପାଇଁ ଗ୍ରାମ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଉଛି । ଚଳିତ ବର୍ଷ ଏଭଳି ଯୋଜନା ୧୦ ହଜାର ଗ୍ରାମକୁ ସାମିଲ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଓସଡ଼ମା ଚିଫ୍ ଜେନେରାଲ ମ୍ୟାନେଜର ଶୁଭେନ୍ଦ୍ର ନାୟକ । ସେ କହିଛନ୍ତି ଯେ ଏଥିପାଇଁ ଏନଜିଓ ମାନଙ୍କର ସହାୟତା ଲୋଡ଼ାଯିବ ।

ବନ୍ୟା ଓ ବାତ୍ୟା ପରିଚାଳନା ସହିତ ଓଡ଼ିଶା ସରକାର ବଜ୍ରପାତ, ମରୁଡ଼ି, ପାଣିରେ ବୁଡ଼ିଯିବା, ସାପ କୁମୁଡ଼ା ଓ ପାନୀୟ ଜଳ ସମସ୍ୟାକୁ ନେଇ ଯୋଜନା ପ୍ରସ୍ତୁତିକୁ ପ୍ରାଥମିକତା ଦେଉଛନ୍ତି । ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନେଇ ଏନଜିଓ ଏବଂ ଘରୋଇ ସଂସ୍ଥା ଗୁଡ଼ିକରେ ସହଯୋଗ ନିଆଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ।