କାଳିଆ ଠାକୁରଙ୍କ ଆଜି ନବଯୌବନ ବେଶ

0
402
nabajouban besha of jagannath
nabajouban besha of jagannath

ଭୁୁବନେଶ୍ୱର  : ଆଜି ନବଯୌବନ ବେଶ  ।  କାଳିଆ ଠାକୁର ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।  ୧୪ ଦିନ ପରେ ଏହି ଦର୍ଶନକୁ ନେଇ ଅଧିକ  ଉତ୍ସାହିତ ହୋଇ ଉଠିଛନ୍ତି ।

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ବିଶ୍ୱର କୋଣ-ଅଣୁକୋଣରୁ ଭକ୍ତ ଶ୍ରୀକ୍ଷେତ୍ର ଧାମକୁ ଆସୁଛନ୍ତି । ରାତି ପାହିଲେ ଘୋଷଯାତ୍ରା ହେବାକୁ ଥିବା ବେଲେ ଆଜି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତ ଶ୍ରୀଜଗନ୍ନାଥଙ୍କ ନବଯୌବନ ବେଶ ଦର୍ଶନ କରିବେ । ଏଥିପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ସ୍ନାନଯାତ୍ରା ପରଠାରୁ ଠାକୁର ଅଣସର ଘରେ ଥିବାରୁ ଭକ୍ତ ବହୁ ଦିନ ହେଲା ମହାପ୍ରଭୁଙ୍କୁ ଦର୍ଶନ କରିପାରି ନାହାନ୍ତି । ସେଥିପାଇଁ ଆଜି ୧୪ ଦିନ ପରେ ଏହି ଦର୍ଶନକୁ ନେଇ ଅଧିକ  ଉତ୍ସାହିତ ହୋଇ ଉଠିଛନ୍ତି ।

ନବଯୌବନ ବେଶ ପୂର୍ବରୁ ଗୁରୁବାର ପରଂପରା ଅନୁସାରେ ମହାପ୍ରଭୁଙ୍କ ବନକଲାଗି କରାଯାଇଛି । ଗତବର୍ଷ ଜଗମୋହନ ମରାମତି ଲାଗି ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଜଗମୋହନ ମରାମତି କାର୍ଯ୍ୟ ସରିଥିବାରୁ ଚଳିତ ବର୍ଷ ଭକ୍ତମାନେ ଭିତର କାଠରୁ ଦର୍ଶନ କରିବାକୁ ସୁଯୋଗ ପାଇବେ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ୯ଟା ପରିମାଣିକ ଦର୍ଶନ, ୯ଟାରୁ ସାଢ଼େ ୧୦ଟା ସାହାଣମେଲା ଦର୍ଶନ ରହିଛି । ପାରିମାଣିକ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା ଥିବା ବେଳେ, ସାହାଣମେଲା ମାଗଣାରେ ଭକ୍ତ ଦର୍ଶନ କରିବେ । ସର୍ବାଙ୍ଗ ସହ ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସରିବା ପରେ ଅପରାହ୍ନ ୪ଟା ୧୦ରେ ରଥକୁ ଆଜ୍ଞାମାଳ ବିଜେ କରିବ ।