କେରଳ ବନ୍ୟା ପାଇଁ ୫ କୋଟି ଟଙ୍କା ସହାୟତା ଘୋଷଣା କଲେ ନବୀନ

0
437
cm naveen patnaik
cm naveen patnaik
ଭୁବନେଶ୍ୱର : କେରଳର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଇଁ  ଓଡ଼ିଶା ସରକାର ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଗଭୀର ଚିନ୍ତା ପ୍ରକାଶ କରିବା ସହିତ କେରଳ ମୁଖ୍ୟମନ୍ତ୍ରୀ ପୀନାରାୟୀ ବିଜୟନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଟେଲିଫୋନ୍‌ ଯୋଗେ ଆଲୋଚନା କରିଛନ୍ତି ।

 ବର୍ଷାର ତାଣ୍ଡବ ସହିତ ବନ୍ୟାର ବିତ୍ପାତରେ ଦୁର୍ବିସହ ହୋଇପଡ଼ିଛି କେରଳବାସୀଙ୍କ ଜୀବନ । ପ୍ରଳୟଙ୍କାରୀ ବନ୍ୟାରେ ୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଯାଇ ସାରିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳବାସିନ୍ଦାଙ୍କ ପାଇଁ ୫ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏଭଳି ସ୍ଥିତିକୁ ଗଭୀର ଚିନ୍ତା ପ୍ରକାଶ କରିବା ସହିତ କେରଳ ମୁଖ୍ୟମନ୍ତ୍ରୀ ପୀନାରାୟୀ ବିଜୟନଙ୍କ ସହିତ ଟେଲିଫୋନ୍‌ ଯୋଗେ ଆଲୋଚନା କରିଛନ୍ତି । ଓଡ଼ିଶା ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।  ତେବେ କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୧୪ ଜିଲ୍ଲାରୁ ୧୨ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଲୋକଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଗାମୀ ତିନି ଦିନ ପର୍ୟ୍ୟନ୍ତ ମୁସଳଧାରା ବର୍ଷା ଜାରି ରହିବ ବୋଲି ସେଠାକାର ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ଆଲର୍ଟ ଜାରି କରାଯାଇଛି । ବନ୍ୟା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ବିମାନ ସେବାକୁ ଶନିବାର ବାତିଲ କରାଯାଇଛି । ବନ୍ୟା ସ୍ଥିତି ନେଇ କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।