ହକିକୁ ଜାତୀୟ ମାନ୍ୟତା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

0
371
naveen patnaik
naveen patnaik
ଭୁବନେଶ୍ୱର : ହକିକୁ ଜାତୀୟ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆବଶ୍ୟକ ପଡ଼ିଲେ ସେ ନିଜେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ମାନ୍ୟତା ଦେବା ସମ୍ପର୍କରେ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି  ।

 ହକିକୁ ଜାତୀୟ ମାନ୍ୟତା ଦିଆଯାଇଥିବାର ସରକାରୀ ରେକର୍ଡ଼ରେ ଉଲ୍ଲେଖ ନାହିଁ । ଯେଉଁମାନେ ଏ ସମ୍ପର୍କରେ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କୁ ବିସ୍ମିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।  ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହକିକୁ ଜାତୀୟ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆବଶ୍ୟକ ପଡ଼ିଲେ ସେ ନିଜେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ମାନ୍ୟତା ଦେବା ସମ୍ପର୍କରେ ଆଲୋଚନା କରିବେ ।

ଏଠାରେ ପ୍ରକାଶ ଥାଉ କି,  ହକିକୁ ଜାତୀୟ ଖେଳର ମାନ୍ୟତା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। ତେବେ ଏହାର ଉତ୍ତର ରଖି ଆଜି କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ହକିକୁ ଭଲ ପାଇବା ପାଇଁ ଆନୁଷ୍ଠାନିକ ଘୋଷଣା ଅନାବଶ୍ୟକ । ହକି ଜାତୀୟ କ୍ରୀଡ଼ା, ଏହାକୁ ଭଲ ପାଇବା ଆରମ୍ଭ କରନ୍ତୁ । ଆମ ଦେଶରେ ହକିର ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି । ଏବେ ମୁଁ ହକିକୁ ଭଲପାଉଥିବା ଲୋକଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦେଉଛି । ତାଙ୍କ ଭଲ ପାଇବା ପାଇଁ ସରକାରୀ ଘୋଷଣା ଆବଶ୍ୟକ, ନା ବିନା ଘୋଷଣାରେ ମଧ୍ୟ ଖେଳକୁ ଭଲ ପାଇବା ଜାରି ରଖିବେ।