ଝାରସୁଗୁଡ଼ା ବିମାନବନ୍ଦର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ପ୍ରଭୁଙ୍କୁ ଚିଠି ଲେଖିଲେ ନବୀନ

0
277
naveen patnaik
naveen patnaik
ଭୁବନେଶ୍ୱର : ଝାରସୁଗୁଡା ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ସୁରେଶ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି  ମୁଖ୍ୟମନ୍ତ୍ରୀ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଚିଠିରେ ସେ ଝାରସୁଗୁଡା ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଶ୍ରୀ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶେଇଛନ୍ତି ଯେ ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଲୋକେ ଦାବି କରୁଛନ୍ତି । ତେଣୁ ଏହାକୁ ଏହି ନାମରେ ନାମିତ କରାଯାଉ। ବିମାନବନ୍ଦରର ନାମକରଣ ଏପରି କରାଗଲେ ବୀରେନ୍ଦ୍ର ସାଏଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ। କେନ୍ଦ୍ର ସରକାର ଆମ ପ୍ରସ୍ତାବକୁ ଗ୍ରହଣ କରିବେ ବୋଲି ସେ ଆଶାବାଦୀ ଥିବା ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।