୨୪୦୦୦ ପର୍ଣ୍ଣୋଗ୍ରାଫି ସାଇଟ ବନ୍ଦ କରିବ ନେପାଳ

0
828
nepal to close porn site
nepal to close porn site

କାଠମାଣ୍ଡୁ  : ଯୌନ ହିଂସାକୁ ଅଟକାଇବା ପାଇଁ ନେପାଳ ସରକାର ୨୪୦୦୦ରୁ ଅଧିକ ପର୍ଣ୍ଣୋଗ୍ରାଫି(ଅଶ୍ଲିଳ) ୱେବସାଇଟ ବନ୍ଦ କରିବା ଲାଗି ଆଦେଶ ଦେଇଛନ୍ତି ।

ସରକାର ଏକ ବୟାନରେ କହିଛନ୍ତି ଯେ, ଇଣ୍ଟରନେଟ ଜରିଆର ପର୍ଣ୍ଣ ଓ ଅଶ୍ଲିଳ ସାମଗ୍ରୀ ପର୍ଯ୍ୟନ୍ତ ସହଜରେ ପହଞ୍ଚି ହେଉଛି । ଏହା ଦ୍ୱାରା ଆମର ସାମାଜିକ ମୂଲ୍ୟ ଓ ସଦଭାବ ପ୍ରଭାବିତ ହେଉଛି ଓ ଯୌନ ହିଂସାକୁ ଆଶ୍ରୟ ମିଳୁଛି । ଦୂରସଂଚାର ପ୍ରାଧିକରଣ ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥାକୁ ତାଲିକା ପ୍ରସ୍ତୁତି କରି ସଂପର୍କୀତ ୱେବସାଇଟ ବନ୍ଦ କରିବାକୁ କହିଛି ।

ଗତ ଜୁଲାଇ ମାସରେ ୧୩ ବର୍ଷିଅ ଜଣେ ସ୍କୁଲ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା । ଏହି ଘଟଣାର ପୁନରାବୃତ୍ତି ନ ହେଉ ବୋଲି ସରକାର ପଦକ୍ଷେପ ନେଇଛନ୍ତି ।

ସରକାରଙ୍କ ଉପରେ ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହେଉଛି ଯେ, ଦୁଷ୍କର୍ମକାରୀମାନେ ନିର୍ଭୟରେ ବୁଲୁଛନ୍ତି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ । ପୁଲିସର ପାରିବା ପଣିଆ ଉପସ୍ଥାପନ କରିବାକୁ ଯାଇ ଏକ ଭିଡିଓ ଆସିଥିଲା । ଏହା ପରେ ଅଗଷ୍ଟରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିଲେ ।